ଶିକ୍ଷକ ଦାବୀ ନେଇ ରାସ୍ତା ରୋକୋ କଲେ ଛାତ୍ରଛାତ୍ରୀ ଓ ଅବିଭାବକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ବିଇଓଙ୍କ ଲିଖିତ ପ୍ରତିଶ୍ରୁତି ମିଳିବା ପରେ ହଟିଛି ରାସ୍ତାରୋକୋ । ଦୀର୍ଘ ସାଢେ ୩ ଘଂଟା ଧରି ରାସ୍ତା ରୋକୋ ଜାରି ରହିବା ଫଳରେ ବଲାଙ୍ଗିର ପାଟଣାଗଡ଼ ରାସ୍ତା ସଦର ଥାନା ସାମ୍ନା ଲୋକାରଣ୍ୟ ହୋଇପଡ଼ିଥିଲା । ଦୁଇ ପାଖରେ ଅସଂଖ୍ୟ ଗାଡ଼ି ମୋଟର ଠିଆ ହୋଇ ରହିଥିବା ବେଳେ ଆନ୍ଦୋଳନ ଆହୁରି ଜୋର୍‌ ଧରିବା ବେଳକୁ ବଲାଙ୍ଗିର ଟାଉନ୍‌ ଥାନା ଆଇଆଇସି ବିଶ୍ୱଜିତ ମନବୋଧ ସଦଳବଳେ ଘଂଟଣା ସ୍ଥଳକୁ ପହଂଚି ସ୍ଥିତିକୁ ଆୟତ୍ତ କରିବାକୁ ଚେଷ୍ଟା ଜାରି ରଖିଥିଲେ । ବଲାଙ୍ଗିର ବିଇଓ ଲୋକନାଥ ସୁନା ରାସ୍ତାରୋକୋ ସ୍ଥଳରେ ପହଂଚି ସମସ୍ତଙ୍କୁ ବୁଝାସୁଝା କରିଥିଲେ । ସୂଚନାଯୋଗ୍ୟ ଯେ, ସ୍କୁଲରେ ଆବଶ୍ୟକ ସଂଖ୍ୟକ ଶିକ୍ଷକ, ଶ୍ରେଣୀଗୃହ, ସ୍କୁଲ ପରିସରରେ ପାଚେରୀ ଆଦି ଦାବୀ ନେଇ ଲାଲଟିକ୍ରା ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଅବିଭାବକମାନେ ସ୍କୁଲରେ ତାଲା ପକାଇ ବଲାଙ୍ଗିର ପାଟଣାଗଡ଼ ରାସ୍ତା ସଦର ଥାନା ସାମ୍ନା ମୁଖ୍ୟରାସ୍ତାକୁ ଅବରୋଧ କରି ପକାଇଥିଲେ । ଜିଲ୍ଲାପାଳ ଆସି ଦାବୀ ପୂରଣ ନକରିବା ପର୍ଯ୍ୟନ୍ତ ରାସ୍ତା ରୋକୋ ହଟବ ନାହିିଁ ବୋଲି ଜିଦ୍‌ ଧରି ବସିଥିଲେ ଛାତ୍ରଛାତ୍ରୀ ଓ ଅବିଭାବକ । ତେବେ ବହୁତ ବୁଝାସୁଝା ପରେ ରାସ୍ତାରୋକୋ ହଟିଥିବା ଦେଖିବାକୁ ମିଳିଛି । ଆସନ୍ତାକାଲି ଜଣେ ଶିକ୍ଷକ ସ୍କୁଲରେ ଯୋଗଦାନ କରିବା ଓ ମାସକ ଭିତରେ ପୁଣି ଜଣେ ଶିକ୍ଷକଙ୍କୁ ସ୍କୁଲରେ ନିଯୁକ୍ତି ଦେବାର ପ୍ରତିଶ୍ରୁତି ଦିଆଯିବା ପରେ ରାସ୍ତାରୋକୋ କୋହଳ ହୋଇଛି ଓ ଯାନବାହହାନ ଚଳାଚଳ ସ୍ୱଭାବିକ ହୋଇଥିବା ଦେଖିବାକୁ ମିଳିଛି ।

Leave A Reply

Your email address will not be published.