ନୁଆଖୁଲିପଡ଼ାବାସୀଙ୍କ ରାସ୍ତା ରୋକ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ସଦର ମହକୁମା ନିକଟସ୍ଥ ନୁଆଖୁଲିପଡ଼ାକୁ ସୁରକ୍ଷିତ ରାସ୍ତା ଦାବୀରେ ପଡ଼ାର ଶତାଧିକ ପୁରୁଷ ଓ ମହିଳା ପାଣି ଛତର ରେଳ ଓଭର ବ୍ରିଜ ନିକଟରେ ଆଜି ସକାଳୁ ରାସ୍ତା ଅବରୋଧ କରିଛନ୍ତି । ଫଳରେ ସହର ମଧ୍ୟକୁ କୌଣସି ଯାନ ବାହାନ ଆସିପାରୁ ନାହିଁ । ଦାବୀ ପୁରଣ ନହେବା ପର୍ଯ୍ୟନ୍ତ ରାସ୍ତା ଅବରୋଧ ଜାରି ରହିବ ବୋଲି ଆନ୍ଦୋଳନକାରୀମାନେ ଚେତାବନୀ ଦେଇଛନ୍ତି । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ନୁଆଖୁଲି ବସ୍ତି(ପଡ଼ା) ରେଳ ଲାଇନ ଅନ୍ୟ ପାର୍ଶ୍ବରେ ଥିବା ଯୋଗୁଁ ଏ ପର୍ଯ୍ୟନ୍ତ କୌଣସି ପ୍ରକାର ସ୍ଥାୟୀ ରାସ୍ତା ନାହିଁ । ସେଠାକାର ବସ୍ତି ବାସିନ୍ଦାଙ୍କ ଆଜି ପର୍ଯ୍ୟନ୍ତ ରେଳପଥ ଡେଇଁ ଯିବା ଆସିବା କରୁଛନ୍ତି । ଛୋଟ ପିଲା ମାନେ ମଧ୍ୟ ରେଳ ଧାରଣା ଡେଇଁ ସ୍କୁଲ ଯାଉଥିବା ସେମାନେ ଅଭିଯୋଗ କରିଛନ୍ତି । ଗତ ଦିନରେ ଏ ସମ୍ପର୍କରେ ଜିଲ୍ଲା ପ୍ରଶାସନକୁ ଅବଗତ କରାଇଥିଲେ ମଧ୍ୟ କୌଣସି ପ୍ରକାର ସ୍ଥାୟୀ ସମାଧାନ କରାନଯିବାରୁ ପଡ଼ାବାସୀଙ୍କ ପକ୍ଷରୁ ପ୍ରତିକ୍ରିୟା ପ୍ରକାଶ ପାଇଛି ।

Leave A Reply

Your email address will not be published.