ରାସ୍ତାକଡ଼ରେ ଯୁବକର ମୃତ୍ୟୁ ଦେହ : ହତ୍ୟା ନା ଆତ୍ମହତ୍ୟା ?

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ବେଲପଡା ଥାନା ଅନ୍ତର୍ଗତ ଧୁମାଭଟା ଓ ହଟକଟ ରାସ୍ତା ନିକଟରେ ଏକ ଯୁବକର ମୃତ ଦେହ ପଡ଼ିଥିବା ଦେଖିବାକୁ ମିଳିଛି । ମିଳିଥିବା ସୂଚନା ଅନୁସାରେ ଗତକାଲି ବୁଧବାର ରାତିରେ ଧୁମାଭଟା ଓ ହଟକଟ ଯିବା ରାସ୍ତା ନିକଟରେ ଜଣେ ଯୁବକର ମୃତ ଦେହ ପାଇଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଧୂମାଭଟା ଗ୍ରାମର ସଞ୍ଜିବ ମଲ୍ଲିକ (୨୫) ବୋଲି ଜଣାପଡିଛି । ତେବେ ଏହା ହତ୍ୟା ନା ଆତ୍ମହତ୍ୟା ତାହା ଏପର୍ୟ୍ୟନ୍ତ ସ୍ପଷ୍ଟ ଭାବେ ଜଣାପଡିନାହିିଁ । ଖବର ଲେଖା ହେବା ପର୍ଯ୍ୟନ୍ତ ପୋଲିସ ଘଟଣାସ୍ଥଳରେ ପହଂଚି ନଥିବା ଜଣାପଡିଛି ।

Leave A Reply

Your email address will not be published.