centurian jitm

ଭୂମିହୀନ ପରିବାରଙ୍କୁ ବିଜୁଳି ଓ ପାନୀୟ ଜଳ ଯୋଗାଣ ଦାବୀ ନେଇ ରାସ୍ତା ଅବରୋଧ

nschool

ସଇଁତଲା, (ପ୍ରମୋଦ ସେଲମା) : ଭୂମିହୀନ ପରିବାରଙ୍କୁ ସରକାର ୪ ଡ଼ିସମିଲ ଜାଗା ଦେଇ ଦୀର୍ଘ ବର୍ଷ ହେଲା ବିଜୁଳି ନାହିଁ କି ପାନୀୟ ଜଳ ଯୋଗାଣ ସମସ୍ୟା ନେଇ ଦାବୀ ହୋଇ ଆସୁଥିଲା । ଏଥିରେ ପ୍ରଶାସନଠାରୁ ଆରମ୍ଭ କରି ଲୋକ ପ୍ରତିନିଧି ପର୍ଯ୍ୟନ୍ତ ଗୁହାରୀ କରିଥିଲେ ମଧ୍ୟ କେହି ଶୁଣି ନ ଥିଲେ । ଯାହାଫଳରେ ଲୋକେ ବାଧ୍ୟ ହୋଇ ୨୬ ନମ୍ବର ଜାତୀୟ ରାଜପଥ ବରଗଡ଼ରୁ ବାରିଗୁମା ରାସ୍ତାକୁ ଅବରୋଧ କରିବା ପାଇଁ ସିଦ୍ଧାନ୍ତ ଗ୍ରହଣ କରିଥିଲେ । ଖବର ପାଇଁ ସଇଁତଲା ବିଡ଼ିଓ ବିନୟ କୁମାର ଭୋଇ, ଟିଟିଲାଗଡ଼ ଏସ୍‌ଡିପିଓ ଅଙ୍କିତା କୁମ୍ଭାର, ବିଦ୍ୟୁତ ବିଭାଗ କନିଷ୍ଠ ଯନ୍ତ୍ରୀ ନିରୋଦ ମେହେର, ଟିଟିଲାଗଡ଼ ଜଳ ଓ ପରିମଳ ବିଭାଗ ଏସ୍‌ଡିଓ ଓମ ପ୍ରକାଶ ଦେହୁରୀ, କନିଷ୍ଠ ଯନ୍ତ୍ରୀ ଇତିଶ୍ରୀ ଦେହୁରୀ, ସଇଁତଲା ଆଇଆଇସି ଅବନୀ କୁମାର ସାହୁ, ଟିଟିଲାଗଡ଼ ଆଇଆଇସି ମନୋଜ ପ୍ରଧାନ ପ୍ରମୁଖ ପହଂଚି ଆନ୍ଦୋଳନକାରୀ ଲୋକମାନଙ୍କୁ ବୁଝାସୁଝା କରିବା ସହ ୧୦ ଦିନ ମଧ୍ୟରେ ପାନୀୟ ଜଳ ଓ ବିଦ୍ୟୁତ ସଂଯୋଗ ବ୍ୟବସ୍ଥା କରାଯିବ ବୋଲି ବିଡ଼ିଓ ଶ୍ରୀ ଭୋଇ ପ୍ରତିଶୃତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା । ପ୍ରକାଶ ଯେ, ଡ଼ୁମାଲ ପଡା ଓ ସାନନ୍ଦାସମୁଣ୍ଡା ମଝିରେ ଭୂମିହୀନ ପରିବାରଙ୍କୁ ସରକାର ୪ ଡ଼ିସମିଲ ଜାଗା ଦେବା ପରେ ଲୋକେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ନିର୍ମାଣ କରିବା ପାଇଁ ଏକ ନୂତନ ବସ୍ତି ବସିଥିଲା । ଏଥିରେ ସରକାର ୭୨ ଜଣ ପରିବାର ଙ୍କୁ ୪ ଡ଼ିସମିଲ ଜମି ପଟ୍ଟା ବଣ୍ଟନ କରିଛନ୍ତି । କିନ୍ତୁ ପଟ୍ଟା ପାଇଁ ଦୀର୍ଘ ବର୍ଷ ହେଲା ବିଜୁଳି କିମ୍ବା ପାନୀୟଜଳ ବ୍ୟବସ୍ଥା ପାଇଁ ପଡାର ଆଶିଷ ସାହୁଙ୍କ ନେତୃତ୍ୱରେ ସ୍ଥାନୀୟ ବିଡ଼ିଓଠାରୁ ଆରମ୍ଭ କରି ବଲାଙ୍ଗିର ସାଂସଦ, ମନ୍ତ୍ରୀ ଓ ବିଭିନ୍ନ ବିଭାଗୀୟ ଅଧିକାରୀମାନଙ୍କୁ ସମସ୍ୟା ନେଇ ଦୀର୍ଘ ୩ ବର୍ଷ ହେଲା ଦାବୀ କରି ଆସୁଥିଲେ । କିନ୍ତୁ କେହି ନିରୀହ ଲୋକମାନଙ୍କ କଥା ଶୁଣୁ ନ ଥିଲେ ବୋଲି ଆନ୍ଦୋଳନ ପାଇଁ ବାହାରିଥିବା ଲୋକେ ଅଭିଯୋଗ ଉଠାଇଛନ୍ତି । ଘଟଣା ସମାଧାନ ହେବା ପରେ ବିଡ଼ିଓ ଶ୍ରୀ ଭୋଇଙ୍କ ସମେତ ଜଳ ଓ ପରିମଳ, ବିଦ୍ୟୁତ ବିଭାଗ ଅଧିକାରୀ, ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ, ଜିଆର୍‌ଏସ୍‌, ଜିଓଟେକ୍‌ ପ୍ରମୁଖ କର୍ମଚାରୀମାନେ ମଧ୍ୟ ହିତାଧିକାରୀ ମାନଙ୍କ ଘର ଘର ବୁଲି ଅନୁଧ୍ୟାନ କରିଥିଲେ ।

Leave A Reply

Your email address will not be published.