om academy

ପଦ୍ମପୁର ଉପଖଣ୍ଡରେ ଭଲ ରାସ୍ତା ପାଇଁ ଦୀପାଙ୍କ ଲଢେଇ : ମରାମତି ହେବ ଜମଲାରୁ ତାଲପାଲି ରାସ୍ତା

jsm

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଟେମରୀ ଗ୍ରାମର ଟ୍ୱିଟର ଗାର୍ଲ୍ ଭାବେ ପରିଚିତ ସ୍ୱେଚ୍ଛାସେବୀ ଦୀପା ବାରିକ ନିଜ ଅଞ୍ଚଳର ସମସ୍ୟା ଗୁଡ଼ିକୁ ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଅଭିଯୋଗ କରି ଲୋକଙ୍କ ପାଇଁ ହକର ଲଢେଇ ଲଢ଼ି ଆସୁଛନ୍ତି । ଏହି କ୍ରମରେ ଅଞ୍ଚଳର ଗମନା ଗମନ ପାଇଁ ସରକାର ଖର୍ଚ୍ଚ କରୁଥିବା ଅର୍ଥର ବାଟମାରଣା ହୋଇ ନିମ୍ନ ମାନର ରାସ୍ତା ତିଆରି କଲେ ମଧ୍ୟ ନିର୍ଭିକ ଭାବେ ବିଭିନ୍ନ ରାସ୍ତା ନିର୍ମାଣ ବିଭାଗକୁ ତାଗିତ କରିବା ସହ ମରାମତି କାର୍ଯ୍ୟ ହେଉ କିମ୍ବା ନୂତନ ରାସ୍ତା ନିର୍ମାଣ ହେଉ ତାହା କାମରେ କରି ଦେଖାଉଛନ୍ତି । ଏହାଦ୍ୱାରା ସମସ୍ୟା ଭୋଗୁଥିବା ଲୋକମାନେ ଉପକୃତ ହେବା ସହ ଦୁର୍ନୀତି ଖୋର ସରକାରୀ କର୍ମଚାରୀମାନେ ଦୁର୍ନୀତି କରିବା ପାଇଁ ଭୟ କରୁଛନ୍ତି । କିଛିଦିନ ତଳର ଘଟଣା ବରଗଡ଼ ଜିଲ୍ଲା ରାଜବୋଡ଼ାସମ୍ବର ବ୍ଲକ ଅନ୍ତର୍ଗତ ଜମଲା ଅଞ୍ଚଳର କିଛିଲୋକ ଦୀପାଙ୍କୁ ଫୋନ ମାଧ୍ୟମରେ ଯୋଗାଯୋଗ କରି ଜମଲାରୁ ତାଲପାଲି ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତାର ଦୂରାବସ୍ଥା ସମ୍ପର୍କରେ ଜଣାଇଥିଲେ । ଦୀପା ତାଙ୍କଠାରୁ ରାସ୍ତାର ବର୍ତ୍ତମାନ ସ୍ଥିତି ଫୋଟୋ ପଠାଇବାକୁ କହିଥିଲେ । ଏହାକୁ ଭିତ୍ତିକରି ଦୀପା ଗତ ଅଗଷ୍ଟ ୧୪ ତାରିଖରେ ଟ୍ଵିଟର ମାଧ୍ୟମରେ ଅଭିଯୋଗ କରିଥଲେ ଏବଂ ସେଥିରେ ଲେଖିଥିଲେ ଯେ, ପଦ୍ମପୁର ଗ୍ରାମ୍ୟ ଉନ୍ନୟନ ବିଭାଗ ନିର୍ବାହୀ ଯନ୍ତ୍ରୀ ଏବଂ କନିଷ୍ଠ ଯନ୍ତ୍ରୀଙ୍କ ଖାମଖିଆଲି ମନୋଭାବ ଏବଂ ଅବହେଳା ଯୋଗୁଁ ଆଜି ଜମଲାରୁ ତାଳପାଲି ରାସ୍ତା ଅତି କଦର୍ଯ୍ୟ ହୋଇପଡ଼ିଛି । ସେ ଏହାକୁ ଦୃଢ଼ ନିନ୍ଦା କରିବା ସହ ଶୀଘ୍ର ରାସ୍ତା ମରାମତି ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ଅଭିଯୋଗ କରିଥଲେ । ଅଭିଯୋଗ କରିବାର ଦଶଦିନ ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ନିର୍ଦ୍ଦେଶ ପାଇ ଏକ ତଦନ୍ତ ହୋଇଥଲା ଏବଂ ଘଟଣାଟି ସତ୍ୟ ହୋଇଥିବା ପ୍ରମାଣିତ ହୋଇଥଲା ଏହି ସମସ୍ୟାର ସମାଧାନ ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗ ପଦକ୍ଷେପ ନେବା ସଙ୍ଗେ ସଙ୍ଗେ ଚଳିତ ବର୍ଷ ରାସ୍ତା ମରାମତି କାର୍ଯ୍ୟ ସମ୍ପାଦନ ହେବ ଏହାପାଇଁ ଟେଣ୍ଡର ପ୍ରକ୍ରିୟା ମଧ୍ୟ ଶୀଘ୍ର ସମାପ୍ତ ହେବ ବୋଲି ବିଭାଗ ପକ୍ଷରୁ ଉତ୍ତର ରଖାଯାଇଛି । ଏହି ରାସ୍ତା ମରାମତି ହେବା ଦ୍ଵାରା ଜମଲାରୁ ତାଳପାଲି ପର୍ଯ୍ୟନ୍ତ ଯାତାୟାତ କରୁଥିବା ହଜାର ହଜାର ଲୋକେ ଉପକୃତ ହେବେ । ଏହା ଜାଣିବା ପରେ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି । ସ୍ଵେଚ୍ଛାସେବୀ ଦୀପା ବାରିକଙ୍କୁ ସମସ୍ତେ ଧନ୍ୟବାଦ ଅର୍ପଣ କରିଛନ୍ତି ।

Leave A Reply

Your email address will not be published.