ତୁରେକେଲା, (କୈଳାଶ ସଗ୍ରିଆ) : ତୁରେକେଲା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ମହୁଲବାହାଲିରୁ ତୁରେକେଲାକୁ ଯାଇଥିବା ପିଡବ୍ଲୁଡି ରାସ୍ତାଠାରୁ ଚେୟାର୍ମେନ୍ପଡା ଯିବାକୁ ଥିବା ରାସ୍ତାର ଗୋଡି ସବୁ ଉପୁଡି ରାସ୍ତାର ଅବସ୍ଥା ଅତି କଦର୍ଯ୍ୟ ଓ ଶୋଚନୀୟ ହୋଇପଡ଼ିଥିବା ଅଭିଯୋଗ ହେଉଛି । ଗ୍ରାମବାସୀଙ୍କ କହିବା ଅନୁସାରେ ରାସ୍ତାର ଏହିପରି ଅବସ୍ଥା ଯୋଗୁଁ ଯିବା ଆସିବାରେ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ଛାତ୍ରଛାତ୍ରୀ ସ୍କୁଲକୁ ଯିବା ଆସିବା ବେଳେ ବାରମ୍ବାର ରାସ୍ତାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏନେଇ ଅନେକ ଥର ପ୍ରଶାସନକୁ ଜଣାଇ ଆସୁଥିଲେ ସୁଦ୍ଧା ଏଯାଏଁ ରାସ୍ତା ନିର୍ମାଣ କରାଯାଉ ନାହିଁ ବୋଲି ଅଭିଯୋଗ କରିଛନ୍ତି । ଗ୍ରାମବାସୀ ଆହୁରି ମଧ୍ୟ କହିଛନ୍ତି ଯେ, କେବେ ରାସ୍ତାର ସୁବିଧା କିମ୍ବା ପାଣିର ସୁବିଧା ମିଳିପାରୁ ନାହିଁଁ । ପୋଖରୀ ପାଣି ବ୍ୟବହାର କରୁଥିବା ବେଳେ ଅନେକ ରୋଗ ମୁଖରେ ପଡୁଥିବା ସେମାନେ କହିଛନ୍ତି । ରାସ୍ତା ନିର୍ମାଣ ଓ ପିଇବା ପାଣିର ଅସୁବିଧା ଉପରେ ପ୍ରଶାସନର ଦୃଷ୍ଟି ଗୋଚର କରାଯାଉ ବୋଲି ଦାବୀ କରାଯାଇଛି ।
Next Post