oum

ରଶ୍ମିପ୍ରଭାର ଉନ୍ମୋଚନ ଉତ୍ସବ

jsm

ରାଉରକେଲା, (ସସ୍ମିତା ପ୍ରଧାନ) : ତ୍ରୟମାସିକ ସାହିତ୍ୟ ପତ୍ରିକା ‘ରଶ୍ମିପ୍ରଭା’ ସ୍ଥାନୀୟ ଗୋପବନ୍ଧୁ ପଲ୍ଲୀ ଉନ୍ନିତ ଉଚ୍ଚ ବିଦ୍ୟାଳୟଠାରେ କୋଭିଡ ନିୟମ ପାଳନ କରାଯାଇ ଉନ୍ମୋଚିତ କରାଯାଇଛି । ଶିକ୍ଷାବିତ୍ ରାଧାକୃଷ୍ଣ ମହାରଣାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସ୍ତମ୍ଭକାର ଭୁପେନ ମହାପାତ୍ର, ମୁଖ୍ୟବକ୍ତା ଭାବେ ଶିକ୍ଷାବିତ୍ ପ୍ରଶାନ୍ତ କୁମାର ପତି, ସମ୍ମାନିତ ଅତିଥି ଭାବେ ସାହିତ୍ୟିକ ତ୍ରିଲୋଚନ ମଥାନ ଓ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନୟନ କୁମାର ପତି, ଶିକ୍ଷାବିତ୍ ବ୍ରଜେନ୍ଦ୍ର ଦାଶ, ସୁମିତ୍ରା ମିଶ୍ର, ସୁଶାନ୍ତ କୁମାର ନାୟକ, ବିଜୟିନୀ ଜେନା, ଶ୍ୱେତ କୁମାର ବେହେରା ଓ ସଂପାଦକ ମନୋଜ କୁମାର ନନ୍ଦ ପ୍ରମୁଖ ଉପସ୍ଥିତ ରହି ପତ୍ରିକାକୁ ଉନ୍ମୋଚନ କରିଥିଲେ । ଏହା ସହ ଅତିଥିଙ୍କ ଦ୍ୱାରା ଶ୍ରୀ ନନ୍ଦଙ୍କ ଅନ୍ୟ ଏକ ପୁସ୍ତକ ‘ସ୍ରଷ୍ଟା- ଦୃଷ୍ଟି ଓ ସୃଷ୍ଟି’ ଓ ବନଲତା ମିଶ୍ରଙ୍କ ‘ଚେତନାର ପଥେ’ ପୁସ୍ତକକୁ ଲୋକାର୍ପିତ କରାଯାଇଥିଲା । ଶିକ୍ଷାବିତ୍ ଶ୍ରୀ ପତି ରଶ୍ମିପ୍ରଭା ଓ ସ୍ରଷ୍ଟା-ଦୃଷ୍ଟି ଓ ସୃଷ୍ଟି ସଂପର୍କରେ ସମୀକ୍ଷା କରିଥିବା ବେଳେ ତ୍ରିଲୋଚନ ମଥାନ ଚେତନାର ପଥେ ପୁସ୍ତକକୁ ସମୀକ୍ଷା କରିଥିଲେ । ଅତିଥି ମାନେ ସମସ୍ତଙ୍କ ହିତରେ ସାହିତ୍ୟ ବୋଲି ମତବ୍ୟକ୍ତ କରି ରଶ୍ମିପ୍ରଭା ଏହାର ଉଦାହରଣ ବୋଲି ଦର୍ଶାଇଥିଲେ । ନୂତନ ପ୍ରତିଭାଙ୍କ ପାଇଁ ସୁଯୋଗ ସୃଷ୍ଟି କରି ଏହି ପତ୍ରିକା ତା’ର ସାହିତ୍ୟ ପ୍ରତି ପ୍ରତିବଦ୍ଧତାର ପରିଚୟ ଦେଇଛି ବୋଲି କହିଥିଲେ । ନୂତନ କରି କବିତା ପାଠ କରିଥିବା ପିଲାମାନଙ୍କୁ ନୂଆ ସମ୍ଭାବନା ବୋଲି ମତ ରଖିଥିଲେ । ପ୍ରଥମ ପର୍ଯ୍ୟାୟରେ ବ୍ରଜେନ୍ଦ୍ର ଦାଶଙ୍କ ଅଧ୍ୟକ୍ଷତାରେ ତଥା ସୁମିତ୍ରା ମିଶ୍ର ଓ ସୁଶାନ୍ତ କୁମାର ନାୟକଙ୍କ ସଂଯୋଜନାରେ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା । ଏଥିରେ ସର୍ବଶ୍ରୀ ତାରିଣୀ ଚରଣ ସାହୁ, ହରମୋହନ ମିଶ୍ର, ରଙ୍କନିଧୀ ସେଠୀ, ଉପେନ୍ଦ୍ର ବସ୍ତିଆ, ବ୍ରଜ ବିହାରୀ ଦାଶ, ଶ୍ବେତକୁମାର ବେହେରା, ପ୍ରକାଶ ଚନ୍ଦ୍ର ସେଠୀ, ଅଭିରାମ ପ୍ରଧାନ, ବିଜୟିନୀ ଜେନା, ସବିତା ବସ୍ତିଆ, ଶ୍ରେୟସୀ ସାହୁ, ପ୍ରଶାନ୍ତ କୁମାର ପତି, ଗୌତମ ଦାସ, ଯୋଗେନ୍ଦ୍ର ଭଞ୍ଜ, କଳ୍ପନା ନନ୍ଦ, ଶ୍ରାବଣୀ ବୋଷ, ଚିତ୍ତରଂଜନ ବ୍ରହ୍ମା, ପମୀ କୁମାରୀ ପ୍ରଧାନ, ଅଭିମନ୍ୟୁ କୁମାର, ଡଲିରାଣୀ ବ୍ରହ୍ମା, ଅରବିନ୍ଦ ଭୋଇ, ନୃସିଂହ ଚରଣ ବିଶ୍ୱାଳ, ହରେକୃଷ୍ଣ ଦାସ, ରଶ୍ମିରମଣ ନନ୍ଦ ପ୍ରମୁଖ ସ୍ୱରଚିତ କବିତା ପାଠ କରିଥିଲେ । ପ୍ରଥମ ପର୍ଯ୍ୟାୟରେ ବିଜୟିନୀ ଜେନା ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ସୁମିତ୍ରା ମିଶ୍ର, ବନଲତା ମିଶ୍ର ଓ ସୁଶ୍ରୀ ଶ୍ରେୟସୀ ସାହୁଙ୍କୁ ଅତିଥିମାନେ ପୁଷ୍ପଗୁଚ୍ଛ, ଉପଢୌକନ, ମାନପତ୍ର ଓ ସ୍ମାରକୀ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ପ୍ରାରମ୍ଭରେ ମନୋରମା ମହାପାତ୍ର, ଅଦ୍ୱେତ ପ୍ରସାଦ ବିଶ୍ୱାଳ ଓ ସ୍ୱର୍ଣ୍ଣଦେବୀଙ୍କ ବିୟୋଗରେ ଏକ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । କାର୍ଯ୍ୟକ୍ରମ ଶେଷରେ ପ୍ରବୀର କୁମାର ଦୁବେ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.