
ଜୟପାଟଣା, (ଶେଷଦେବ ବେହେରା) : ଆଜି ଭାରତୀୟ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଜୟପାଟଣା ଶାଖା ପକ୍ଷରୁ ଜଣେ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ରାଶି ପ୍ରଦାନ କରଯାଇଥିଲା । ଭାରତୀୟ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଜୟପାଟଣା ଶାଖା କାର୍ଯ୍ୟଳୟରେ ହିତାଧିକାରୀ ଉଦୟ କୁମାର ମହାରଣାଙ୍କୁ ବିଡିଓ ଧର୍ମରାଜ ମାଝୀ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ରାଶିର ୨ଲକ୍ଷ ଟଙ୍କାର ଚେକ ପ୍ରଦାନ କରିଥିଲେ । ଏହି ଅବସରରେ ଜୟପାଟଣା ବ୍ୟାଙ୍କ ଶାଖାର ମୁଖ୍ୟ ପରିଚାଳକ ପ୍ରଭାକର ଦାସ, କ୍ଷେତ୍ର ଅଧିକାରୀ ଅମର ଶର୍ମା ଏବଂ ସମ୍ୟକ ସାହୁ ସମେତ ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ଥିଲେ । ସୁଚନାଯୋଗ୍ୟ ଯେ, ଜୟପାଟଣା ନିକଟସ୍ଥ ମୁଖିଗୁଡ଼ା ଓଏଚପିସି କଲୋନୀ ର ରଞ୍ଜିତା ମହାରଣା ଜୟ ପାଟଣା ବ୍ୟାଙ୍କ ଶାଖାରେ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ପାଇଁ ୨୦ ଟଙ୍କା ମାତ୍ର ଜମା କରି ବୀମା ଅନ୍ତର୍ଭୁକ୍ତ ହୋଇଥିଲେ । ତାଙ୍କର ପରଲୋକ ହୋଇଯିବାରୁ ତାଙ୍କର ସ୍ୱାମୀ ଉଦୟ କୁମାର ମହାରଣାଙ୍କୁ ଉକ୍ତ ବୀମା ରାଶି ଆଜି ପ୍ରଦାନ କରଯାଇଥିଲା ।