ଶିକ୍ଷକ ରାସବିହାରୀ ପଣ୍ଡାଙ୍କ ପରଲୋକ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ କୁତୁର୍ଲାର ବିଶିଷ୍ଟ ଶିକ୍ଷକ ରାସବିହାରୀ ପଣ୍ଡା(୯୫)ଙ୍କ ଗତ ରବିବାର ଦିନ ପରଲୋକ ହୋଇଯାଇଛି । ତାଙ୍କର ଶେଷ ସମୟରେ ପାଖରେ ତାଙ୍କ ସ୍ତ୍ରୀ, ପାଞ୍ଚ ପୁଅ ଓ ପାଞ୍ଚ ବୋହୁ, ଝିଅ ଓ ଜ୍ୱାଇଁ, ପୁତୁରା, ଝିଆରୀ, ନାତି, ନାତୁଣୀ, ଅଣ ନାତି, ଅଣ ନାତୁଣୀ ତଥା ଗ୍ରାମବାସୀ ଉପସ୍ଥିତ ଥିଲେ । ସୋନଗଡ଼ ନଦୀରେ ତାଙ୍କର ଶବ ସତ୍କାର କରାଯାଇଥିବା ବେଳେ ତାଙ୍କ କନିଷ୍ଠ ପୁଅ ଶିଶୁବୋଧ ପଣ୍ଡା ମୁଖଗ୍ନୀ ଦେଇଥିଲେ । ତାଙ୍କର ପରଲୋକ ଖବର ପ୍ରଚାରିତ ହେବା ପରେ କୁତୁର୍ଲା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

Leave A Reply

Your email address will not be published.