oum

ରାସନ କାର୍ଡରୁ ବଞ୍ଚିତ ପରିବାରଙ୍କୁ ଯୋଗାଣ ବିଭାଗ ପକ୍ଷରୁ ରାସନ କାର୍ଡ଼ ପ୍ରଦାନ

jsm

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ରାଣୀମୁଣ୍ଡା ଗ୍ରାମର ଜଣେ ଯୋଗ୍ୟ ହିତାଧିକାରୀ ସରକାରଙ୍କ ଖାଦ୍ୟ ସୁରକ୍ଷା ଯୋଜନାରୁ ବଞ୍ଚିତ ହୋଇଥିଲେ । ସୂଚନା ଅନୁସାରେ ରାଣୀମୁଣ୍ଡା ଗ୍ରାମର ଦୁର୍ଯ୍ୟୋଧନଙ୍କୁ ବର୍ତମାନ ରାସନ କାର୍ଡ଼ ପ୍ରଦାନ କରାଯାଇଅଛି । ତାଙ୍କ ପରିପାରରେ ସ୍ୱାମୀ, ସ୍ତ୍ରୀ ସହ ୪ ଝିଅ ଏବଂ ୧ ଗୋଟି ପୁଅ । ୭ ଲୋକଙ୍କ ପ୍ରତିପୋଷଣ ଦାୟିତ୍ୱ ଏକାକୀ ଦୁର୍ଯ୍ୟୋଧନଙ୍କ ହାତରେ । ସରକାରଙ୍କ ଖାଦ୍ୟ ବଣ୍ଟନ ଯୋଜନାରେ ସାମିଲ ହୋଇ ପାରିନଥିଲେ । ଜିଲ୍ଲା ପ୍ରେସ କ୍ଲବ ପକ୍ଷରୁ ଏହି ପରିବାରଙ୍କୁ ଜାତୀୟ ଖାଦ୍ୟ ବଣ୍ଟନ ଯୋଜନାରେ ସାମିଲ ହେବା ନିତାନ୍ତ ଜରୁରୀ ମନେ କରି ଯୋଗାଣ ବିଭାଗଙ୍କୁ ଅନୁରୋଧ କରିଥିଲେ । ଖଡ଼ିଆଳ ଯୋଗାଣ ଅଧିକାରୀ ଏହି ସାତ ସଦସ୍ୟ ପରିବାରଙ୍କୁ ରାସନ କାର୍ଡ ପ୍ରଦାନ କରିଛନ୍ତି । କାର୍ଡ ପାଇଁ ଏହି ପରିବାର ସଦସ୍ୟ ଜିଲ୍ଲା ପ୍ରଶାସନଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

Leave A Reply

Your email address will not be published.