oom

ଭୁତିଆରବାହାଲ ଯୁବ କ୍ରୀଡା ଏବଂ ସାଂସ୍କୃତିକ ସଂଗଠନର ରୋପ୍ୟ ଜୟନ୍ତୀ ପାଳିତ

jsmm

ଦେଓଗାଁ, (ମନୀଷ କୁମାର ସାହୁ) : ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ଭୁତିଆରବାହାଲ ଯୁବ କ୍ରୀଡା ଏବଂ ସାଂସ୍କୃତିକ ସଂଗଠନର ପଚିଶ ବର୍ଷ ପୂର୍ତ୍ତି ଉପଲକ୍ଷେ ରୋପ୍ୟ ଜୟନ୍ତୀ ସମାରୋହ ପାଳିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ନାରାୟଣ ମିଶ୍ରଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ବିଜେପି ନେତା ତଥା ସମାଜସେବୀ ଗୋପାଲଜୀ ପାଣିଗ୍ରାହୀ, ସମ୍ମାନିତ ଅତିଥି ଭାବେ ପ୍ରକୃତି ବନ୍ଧୁ ମୀନକେତନ ସାହୁ, ସୁଦାମ ବଢିଆ, ଗୌତମ ଭୋଇ, ଚିନ୍ତାମଣି ଚୌଧୁରୀ, ତ୍ରିଲୋଚନ ମଲ୍ଲିକ, ସୁରେନ୍ଦ୍ର ପଶାୟତ ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ମୁଖ୍ୟବକ୍ତା ଭାବେ ପଦ୍ମଶ୍ରୀ ଡ଼. ହଲଧର ନାଗ ଯୋଗ ଦେଇଥିଲେ । ସୁସଂସ୍କୃତି ଓ ପରମ୍ପରା ହିଁ ଉତ୍ତମ ସମାଜ ଗଠନ ଦିଗରେ ସହାୟକ ହୋଇଥାଏ ବୋଲି ମଂଚାସୀନ ଅତିଥିମାନେ ମତବ୍ୟକ୍ତ କରିଥିଲେ । ଏହି ଅବସରରେ ରାବଣ ଦରବାର ଅନୁଷ୍ଠିତ ହେବା ସଙ୍ଗେ ସଙ୍ଗେ କୁନି କଳାମାନଙ୍କର ଦ୍ୱାରା ନୃତ୍ୟ ପରିବେଷଣ କରାଯାଇଥିଲା । ଅଧ୍ୟାପକ ଅକ୍ଷୟ ଚୌଧୁରୀ ସଭା ସଂଯୋଜନା କରିଥିବା ବେଳେ ଅଧ୍ୟାପକ ପ୍ରଶାନ୍ତ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ସତ୍ୟନାରାୟଣ ଦଣ୍ଡସେନା, ଶିବ ପ୍ରସାଦ ସାହୁ, ସୁଧୀର ସାହୁ, ଅମନ ପୁଟେଲ, ମନୋଜ ସାହୁ, ବଳରାମ ମଲ୍ଲିକ, ନିବାସ ପଶାୟତ, ରିଙ୍କୁ ବାରିକ ପ୍ରମୁଖ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.