ମଡେଲିଙ୍ଗ୍‌ ଜଗତରେ ରାଣୀ ସାଜିଛନ୍ତି ରାନୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଏବେ ମଡେଲିଙ୍ଗ୍‌ ଜଗତରେ ରାଣୀ ସାଜିଛନ୍ତି ରାନୀ । ମଡେଲିଙ୍ଗ୍‌ ସହ ଓଡ଼ିଶୀ ନୃତ୍ୟ ପରିବେଷଣ ଏବେ ତାଙ୍କ ନିଶା ପାଲଟିଛି ।

ମଣିଷ ଜୀବନରେ ଅନେକ ଉତ୍‌ଥାନ ପତନ ଆସିଥାଏ । କିଏ ଗୋଟିଏ ଦିନର ଷ୍ଟାର ପାଲଟି ଯାଏ ତ’ ଆଉ କିଏ ଅଧା ବାଟରେ ତାର ପ୍ରତିଭାର ବିକାଶ ଯାତ୍ରା ବନ୍ଦ ହୋଇଯାଇଥାଏ । କୌଣସି ବି ବ୍ୟକ୍ତି ହେଉ ନା କାହିଁକି, ବାପା ମା’ଙ୍କ ଭଲ ପାଇବା ଓ ଆଶୀର୍ବାଦ ନ ମିଳିଲେ ସେ କେବେ ମଧ୍ୟ ଆଗକୁ ବଢ଼ିବାରେ ସଫଳତା ହାସଲ କରି ପାରେନାହିଁ । ତେବେ ଆମେ ଜଣେ ଏଭଳି ଏକ ମଡେଲିଙ୍ଗ କରୁଥିବା ସହ ଓଡ଼ିଶୀ ନୃତ୍ୟ ପରିବେଷଣ କରୁଥିବା କଳାକାରଙ୍କ କଥା କହୁଛୁ, ଯିଏ କି ଅନେକ ଦର୍ଶକଙ୍କ ହୃଦୟକୁ ଛୁଇଁ ପାରୁଥିବା ସହ ଘରେ ଘରେ ପରିଚିତ ହୋଇ ପାରିଥିବା ରାନୀ । ସେ ପିଲା ଦିନେ ଟେଲିଭିଜନରେ ଅଭିନେତା, ଅଭିନେତ୍ରୀ ଓ ବିଭିନ୍ନ ଝିଅଙ୍କର ମଡେଲିଙ୍ଗ ସହ ନୃତ୍ୟ ପରିବେଷଣକୁ ଦେଖିବା ପରେ ତାଙ୍କ ମନରେ ଅନେକ ଇଚ୍ଛା ସହ ଅମାପ ସ୍ଵପ୍ନ ଆସିଥିଲା । ମୁଁ ବଡ଼ ହେଲେ ଦିନେ ଜଣେ ଭଲ ଅଭିନେତ୍ରୀ କିମ୍ବା ମଡେଲର୍‌ ହୋଇ ମା’ ବାପାଙ୍କ ନାମ ରଖିବି ।ବର୍ତ୍ତମାନ ଧୀରେ ଧୀରେ ତାଙ୍କ ସ୍ଵପ୍ନ ସାକାର ହେବାରେ ଲାଗିଛି ।

ରାନୀ ବଗର୍ତ୍ତି (୨୦) । ନିଜର ପ୍ରତିଭା ଦେଖାଇ ବଲାଙ୍ଗିର ମାଟି ପାଇଁ ଷ୍ଟାର୍‌ ପାଲଟି ଯାଇଛନ୍ତି । ରାନୀ ପିଲା ବେଳୁ ସ୍କୁଲରେ ନୃତ୍ୟ ପରିବେଷଣ କରି ଅନେକ ପୁରସ୍କାର ପାଇଥିବା ବେଳେ ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିଛନ୍ତି ଆଜି । ବାପା ସ୍ବର୍ଗତ ଦୀପ ବଗର୍ତ୍ତି ଓ ମାଆ ଆରତୀ ବଗର୍ତ୍ତିଙ୍କ ଏକ ମାତ୍ର ଝିଅ ହେଉଛନ୍ତି ରାନୀ । ଏବେ ବିଏସ୍‌ସି ଯୁକ୍ତ ତିନି ଦ୍ବିତୀୟ ବର୍ଷ ଅଧ୍ୟୟନ କରୁଥିବା ରାନୀ ଛୋଟ ବେଳରୁ ମଡେଲିଙ୍ଗ୍‌ରେ ତାଙ୍କର ଅନେକ ରୁଚି ରହିଥିଲା । ୨୦୧୯ ମସିହାରେ ଝାରସୁଗୁଡା ଠାରେ ମିସ୍‌ ୱେଷ୍ଟେର୍ଣ୍ଣ ଓଡ଼ିଶା ବେଷ୍ଟ ୱର୍କ ଭାବେ ପ୍ରଥମ ସ୍ଥାନ ହାସଲ କରି ସାରିଛନ୍ତି । ଅନ୍ୟପଟେ ଚଳିତ ବର୍ଷ ବଲାଙ୍ଗିର ଠାରେ ଆୟୋଜନ ହୋଇଥିବା ଇଥିନିକ୍‌ ଫେସନ୍‌ ଆଇକନ୍‌ ସୋ’ରେ ମଧ୍ୟ ପ୍ରଥମ ସ୍ଥାନ ଅଧିକାର କରି ବଲାଙ୍ଗିର ମାଟି ପାଇଁ ଗର୍ବ ଓ ଗୌରବ ସାଉଁଟି ପାରିଛନ୍ତି । ସବୁବେଳେ ମଡେଲିଙ୍ଗ୍‌ରେ ତାଙ୍କର ପ୍ରତିଭା ଦେଖାଇ ବିଜୟ ମୁକୁଟ ପିନ୍ଧି ବିଜୟ ଲାଭ କରି ତାଙ୍କ ପରିବାର ସମେତ ବଲାଙ୍ଗିରରେ ବିଭିନ୍ନ ସ୍ଥାନରେ ଉତ୍ସାହର ସହ ଶୁଭେଚ୍ଛା ଗୋଟାଇଛନ୍ତି। ଛୋଟ ବେଳରୁ ଓଡିଶୀ ନୃତ୍ୟ ପାଇଁ ରାନୀଙ୍କୁ ବେଣୁଧର ସେଠ ଶିକ୍ଷା ଦେଉଥିବା ବେଳେ ବିଭିନ୍ନ ସ୍ଥାନରେ ଓଡ଼ିଶୀ ନୃତ୍ୟ ପରିବେଷଣ କରି ବିଜୟ ହାସଲ କରିଛନ୍ତି ସେ । ବଲାଙ୍ଗିର ଷ୍ଟାର୍‌ ପାର୍ଲର ଇତି ଘିଭେଲା, ପ୍ରୀତି ଘିଭେଲା ଓ ତାଙ୍କର ମାଆଙ୍କ ସହଯୋଗରେ ମଡେଲିଙ୍ଗ୍‌ କରିବା ପାଇଁ ସଫଳତା ପାଇଥିବା ରାନୀ କହିଛନ୍ତି । ତାଙ୍କ ମାଆଙ୍କ ସହଯୋଗରେ ସବୁବେଳେ ହସି ଖୁସିରେ ଦିନ କାଟୁଛନ୍ତି ରାନୀ । ପାଠ ପଢା ସାଙ୍ଗକୁ ମଡେଲିଙ୍ଗ୍‌ କରିବା ସହ ଅନେକ ପ୍ରତିଭା ତାଙ୍କ ଭିତରେ ରହିଛି । ରାନୀ ଯେଉଁ ସ୍ଥାନରେ ପାଦ ପକାନ୍ତି ସେହି ସ୍ଥାନରେ ସଫଳତା ନିଶ୍ଚିତ ଭାବରେ ହାସଲ କରନ୍ତି ବୋଲି ତାଙ୍କ ମାଆ ଆରତୀ କହନ୍ତି ।

ରାନୀଙ୍କ ଇଚ୍ଛା ମଧ୍ୟ ରହିଛି ଯେ, ଯଦି କୌଣସି ଚଳଚ୍ଚିତ୍ର କିମ୍ବା କାହାଣୀରେ ଅଭିନେତ୍ରୀ ଭାବେ ତାଙ୍କୁ ସୁଯୋଗ ମିଳିଲେ ନିଶ୍ଚିତ ଭାବରେ ସେ ଅଭିନୟ କରିବେ । ତେବେ ଏଭଳି ଜଣେ ମଡେଲିଙ୍ଗ କରୁଥିବା ଝିଅ ରାନୀ ବଲାଙ୍ଗିର ମାଟିରେ ଜନ୍ମ ଗ୍ରହଣ କରିଥିବା ବେଳେ କଳାର ମାଟି ପାଇଁ ଏବେ ସେ ଗର୍ବ ଓ ଗୌରବମୟ ।

Leave A Reply

Your email address will not be published.