ସଇଁନ୍ତଲାରେ ନୂତନ ରେଞ୍ଜର ଭାବେ ଯୋଗଦେଲେ ସଙ୍ଘମିତ୍ରା

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବନ ବିଭାଗରେ ରେଞ୍ଜର ଭାବେ ରାଜକିଶୋର ହରପାଲ ଦାୟିତ୍ୱ ନିର୍ବାହ କରୁଥିବା ବେଳେ ତାଙ୍କର ବଦଳି ହେବା ପରେ ଆଜି ସଙ୍ଘମିତ୍ରା ଭୋଇ ନୂତନ ରେଞ୍ଜର ଭାବେ ଯୋଗ ଦେଇଛନ୍ତି । ପୂର୍ବରୁ ସେ ରାୟଗଡାର ଗୁଡାରି ବନ ବିଭାଗ କାର୍ଯ୍ୟାଳୟରେ ରେଞ୍ଜର ଭାବେ କାର୍ଯ୍ୟ କରୁଥିଲେ । ତେବେ ନୂତନ ରେଞ୍ଜର ଭାବେ ଶ୍ରୀମତୀ ଭୋଇଙ୍କର ଯୋଗଦେବା ପରେ ବିଭାଗୀୟ କର୍ମଚାରୀମାନେ ଫୁଲ ତୋଡା ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ ।

Leave A Reply

Your email address will not be published.