ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ବ୍ଲକର ବିଭିନ୍ନ ମଠ, ମନ୍ଦିର ଓ ଧାର୍ମିକ ଅନୁଷ୍ଠାନ ମାନଙ୍କରେ ପୂଜା ଅର୍ଚ୍ଚନା ପୂର୍ବକ ଦୋଳ ପୂର୍ଣ୍ଣିମା ଓ ରଙ୍ଗର ପର୍ବ ମହାସମାରୋହର ପାଳିତ ହୋଇଯାଇଛି । ଦୋଳ ପୂର୍ଣ୍ଣିମାକୁ ଆଖିରେ ରଖି ସମଗ୍ର ଅଞ୍ଚଳରେ ଏକ ପାରମ୍ପାରିକ ଧର୍ମୀୟ ବାତାବରଣ ସହ ବିଭିନ୍ନ ସ୍ଥାନରେ ଅଷ୍ଟପ୍ରହରୀ ଓ ଚବିଶ ପ୍ରହର ନାମ ଯଜ୍ଞ ଆୟୋଜନ କରାଯାଇ ଅନ୍ନ ଛତ୍ରର ମଧ୍ୟ ଆୟୋଜନ କରାଯାଇଥିଲା । ଜୟପାଟଣା ସହରର ଗାନ୍ଧୀ ଗ୍ରାମ ପଡା, କୁଚା ଗାଁ, ସିନ୍ଧିକା ଗୁଡା, ଖଲିଆ ଭଟା, ରେଙ୍ଗାଲ ପାଲି ଆଦି ଗ୍ରାମ ମାନଙ୍କରେ ହଜାର ହଜାର ଶ୍ରଦ୍ଧାଳୁ ଉପସ୍ଥିତ ରହି ମହା ମନ୍ତ୍ରରେ ଝୁମିଥିଲେ । ଶନିବାର ସକାଳୁ ହଜାର ହଜାର ଜନ ସାଧାରଣ ରଙ୍ଗର ପର୍ବ ହୋଲିରେ ସାମିଲ ହୋଇ ଭାଇଚାରାର ଦର୍ଶନ ରଖିଥିଲେ । ମାରୱାଡ଼ି ସଂପ୍ରଦାୟ ମଧ୍ୟ ସ୍ଵତନ୍ତ୍ର କାର୍ଯ୍ୟକ୍ରମ ରଖିଥିଲେ । ପ୍ରଶାସନିକ ବ୍ୟବସ୍ଥା ମଧ୍ୟରେ ସ୍ଥାନୀୟ ପୋଲିସ ଓ ଅଗ୍ନିଶମ ବିଭାଗ କୌଣସି ଅଘଟଣ ପାଇଁ ସଜାଗ ରହିଥିବା ସୂଚନା ମିଳିଥିଲା ।
Next Post