ପଦ୍ମପୁର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ଶ୍ରୀ ରାମନବମୀ ଉତ୍ସବ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ରାମ ନବମୀ ଉତ୍ସବ ପାଳନ ହୋଇଯାଇଛି । ଗୋପାଳଜୀ ମନ୍ଦିରରୁ ପୂଜକ ମୁନ୍ଦିରଥ ପଣ୍ଡା ରାଧାକ୍ରିଷ୍ଣ ମୂର୍ତ୍ତିକୁ ପୂଜାର୍ଚ୍ଚନା କରି ଆଣିଥିଲେ । ଏକ ସୁସଜ୍ଜିତ ରଥରେ ଶୋଭାଯାତ୍ରାରେ ଶିଶୁ ମନ୍ଦିରରୁ ବାହାରି ମେହେର ପଡା, ଅହିଂସା କ୍ଳବ୍ ଛକ, ହନୁମାନ ପଡା, ଭେଉଁରିଆ ଛକ, ସୂର୍ଯ୍ୟ ନଗର, ଥାନାଛକ ଦେଇ ଶିଶୁ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିଥିଲା । ଶୋଭାଯାତ୍ରାରେ ଶିଶୁ ବିଦ୍ୟାମନ୍ଦିରର ଛାତ୍ରଛାତ୍ରୀ ବେଶଧାରୀ ବନବାସୀ ରାମ, ଲକ୍ଷ୍ମଣ ଓ ସୀତା, ରାଜାରାମ, ସୀତା ଓ ଲକ୍ଷ୍ମଣ, ହନୁମାନ ବେଶରେ ସୁସଜ୍ଜିତ ରଥରେ ଡିଜେ ବାଜାର ତାଳେ ତାଳେ ନଗର ପରିକ୍ରମା କରିଥିଲେ । ଶ୍ରୀରାମ ଧ୍ୱନିରେ ବିଭିନ୍ନ ସ୍ଥାନରେ ଝୋଟି ଚିତା ପକାଇ କଳସ ସ୍ଥାପନ କରି ସ୍ୱାଗତ କରିଥିଲେ । ଶୋଭାଯାତ୍ରାରେ ଉପଦେଷ୍ଟା ମଣ୍ଡଳୀ ସଦସ୍ୟ ଡଃ ବାଞ୍ଛାନିଧି ପଣ୍ଡା, ଭକ୍ତଚରଣ ସାହୁ, ଜୟନାରାୟଣ ତ୍ରିପାଠୀ, ସଭାପତି ପୃଥିରାଜ ସାହୁ, ସମ୍ପାଦକ ଜନକଲାଲ ମେହେର, ପ୍ରଧାନ ଆଚାର୍ଯ୍ୟ ଚୈତନ୍ୟ ଭୋଇ, ମାତୃ ଭାରତୀ ସଭ୍ୟା ବୃନ୍ଦ, ପୂର୍ବଛାତ୍ର ପରିଷଦର ସଭ୍ୟ ସମେତ ଅଭିଭାବକ ବୃନ୍ଦ, ଗୁରୁଜୀ ଗୁରୁମା ଶିଶୁ ସାମିଲ ହୋଇଥିଲେ । ସମସ୍ତଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା ।

Leave A Reply

Your email address will not be published.