ଶ୍ରୀ ଶ୍ରୀ ରାମଜୀ ମନ୍ଦିରରେ ଦୀପାବଳି ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଛିନ୍ଦେଇକେଲା ଶ୍ରୀ ରାମଜୀ ମନ୍ଦିରଠାରେ ଦୀପାବଳି ଉତ୍ସବ ପାଳିତ ହୋଇଯାଇଛି । ଗ୍ରାମର ସମସ୍ତ ଶ୍ରଦ୍ଧାଳୁ ଏକଜୁଟ ହୋଇ ଧୁମଧାମରେ ଦୀପାବଳି ପର୍ବ ପାଳନ କରିଥିଲେ ଏବଂ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଶେଷରେ ସମସ୍ତଙ୍କୁ ମିଠା ବଣ୍ଟନ କରାଯାଇଥିଲା । ସାରା ବିଶ୍ୱରୁ କରୋନା ହଟି ସମସ୍ତେ ଶାନ୍ତିରେ କାଳାତିପାତ କରନ୍ତୁ ବୋଲି ମନ୍ଦିର ପୂଜକ ସୁବାଷ ପାଢ଼ୀ ହରିବୋଲ ପ୍ରଦାନ କରିଥିଲେ । ସମସ୍ତଙ୍କ ସହଯୋଗ ହେଲେ ଆହୁରି ଅନେକ ସଂଗଠନିକ କାର୍ଯ୍ୟ ହୋଇ ପାରିବ ବୋଲି ମନ୍ଦିର ସଭାପତି ସନ୍ତୋଷ କୁମାର ସାହୁ ମତାମତ ଦେଇଥିଲେ ।

Leave A Reply

Your email address will not be published.