ରାମେଶ୍ୱର ଇଣ୍ଡୋର ଷ୍ଟାଡିୟମ ଠାରେ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ

ସୁବର୍ଣ୍ଣପୁର, (ରାଜକିଶୋର ତ୍ରିପାଠୀ) : ସ୍ଥାନୀୟ ରାମେଶ୍ୱର ଇଣ୍ଡୋର ଷ୍ଟାଡିୟମ ଠାରେ ଏକ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇଯାଇଛି । ବୟସ ବର୍ଗ ନିର୍ବିଶେଷରେ ଏହି ପ୍ରତିଯୋଗିତାରେ ମୋଟ ୧୬ଟି ଦଳ ଅଂଶଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସୁବର୍ଣ୍ଣପୁର ଏସପି ନାରାୟଣ ନାୟକ ଯୋଗ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଏଏସ୍‌ପି କେ.ହରି ପ୍ରସାଦ, ଅବକାରୀ ଅଧୀକ୍ଷକ ପ୍ରବୀର ସାମଲ, ଡିପିଏମ୍ ଶ୍ରୀ ରୂପକ ଓ ଏବଂ ପ୍ରଫେସର ଏଚ.କେ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ପ୍ରଫେସର ଏଚ୍‌.କେ ପ୍ରଧାନଙ୍କ ଦ୍ୱାରା ମୁଖ୍ୟ ଅତିଥି ଶ୍ରୀ ନାୟକଙ୍କୁ ଏକ ସ୍ମାରକୀ ପ୍ରଦାନ କରାଯାଇଥିଲା । ମୁଖ୍ୟ ଅତିଥିଙ୍କ ଦ୍ୱାରା ଖେଳାଳିମାନଙ୍କୁ ପୁରସ୍କୃତ କରାଯାଇଥିଲା । ଶ୍ରେଷ୍ଠ ସ୍ମାସର ପୁରସ୍କାର ଏଏସ୍‌ପି କେ. ହରି ପ୍ରସାଦଙ୍କୁ ପ୍ରଦାନ କରାଯାଇଥିଲା । ଶ୍ରେଷ୍ଠ ଡିଫେଣ୍ଡର ପୁରସ୍କାର ଶ୍ରୀ ଖଟୁଆଙ୍କୁ ମିଳିଥିଲା । ଶ୍ରେଷ୍ଠ ଖେଳାଳି ଭାବେ ଶିବୁ ପରମଗୁରୁ ପୁରସ୍କୃତ ହୋଇଥିଲେ । ସୋନପୁରରେ ବ୍ୟାଡମିଣ୍ଟନ କ୍ଷେତ୍ରକୁ ତାଙ୍କର ଅବଦାନ ପାଇଁ ପ୍ରଫେସର ପ୍ରଧାନଙ୍କୁ ଆଜୀବନ ସମ୍ମାନ ପ୍ରଦାନ କରାଯାଇଥିଲା । ଟୁର୍ଣ୍ଣାମେଣ୍ଟର ଫାଇନାଲ୍ ମ୍ୟାଚରେ ଚାମ୍ପିଅନ୍ ହୋଇଥିବା ଶିବୁ ଓ ପାପୁନଙ୍କ ଯୋଡ଼ି ଚାମ୍ପିଅନ୍ ଘୋଷିତ ହୋଇଥିବା ବେଳେ କେ.ହରି ପ୍ରସାଦ, ଏଏସ୍‌ପି ଏବଂ ପ୍ରବୀର ସାମଲ, ଅବକାରୀ ଅଧୀକ୍ଷକଙ୍କ ଯୋଡ଼ି ରନର୍ସ ଅପ୍ ହୋଇଥିଲେ । ସମାପନୀ ଓ ଉଦ୍‌ବୋଧନରେ ଏହି କାର୍ଯ୍ୟକ୍ରମକୁ ବହୁ ସଂଖ୍ୟକ ବ୍ୟାଡମିଣ୍ଟନ ପ୍ରେମୀ ଉପଭୋଗ କରିଥିଲେ । ମ୍ୟାଚ୍ ପରିଚାଳନା ଦାୟିତ୍ୱ ଆଶିଷ ବାବୁ ଏବଂ ପୂର୍ବତନ ସେନା କର୍ମଚାରୀ ଏଚ.ଜି ଆଚାର୍ଯ୍ୟ ତୁଲାଇଥିବା ବେଳେ ଶ୍ରୀ ଆଚାର୍ଯ୍ୟ ମଞ୍ଚ ପରିଚାଳନା ମଧ୍ୟ କରିଥିଲେ । ଶେଷରେ ମୁଖ୍ୟ ଅତିଥି ଏସପି ନାରାୟଣ ନାୟକ ଯୁବଗୋଷ୍ଠୀଙ୍କୁ କ୍ରୀଡ଼ା ପ୍ରତି ଆଗ୍ରହୀ ହେବାକୁ ପ୍ରେରଣା ଦେଇଥିଲେ ।

Leave A Reply

Your email address will not be published.