ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ବରପାଲି ବ୍ଲକ ସାମ୍ବାଦିକ ସଂଘ ପକ୍ଷରୁ ଗତକାଲି ୩୮ତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଭେଡେନ ବ୍ଲକ କେଶରୀପାଲିର ଟୁଇଟର୍ ବୟ ଭାବରେ ପରିଚିତ ରମେଶ ମେହେରଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ରମେଶ ବର୍ତ୍ତମାନ ପର୍ଯ୍ୟନ୍ତ ପାଖାପାଖି ସାଢେ଼ ୫ ହଜାର ସମସ୍ୟାକୁ ଟୁଇଟର୍ ଆପ୍କୁ ବ୍ୟବହାର କରି ସମାଧାନ କରିପାରିଛନ୍ତି । ଏହି ସମ୍ମାନ ପାଇ ରମେଶ ସାମ୍ବାଦିକ ସଂଘକୁ ଏହି ମାନପତ୍ର ପାଇଥିବାରୁ ଆଗକୁ ଅଧିକ ପ୍ରେରଣା ଯୋଗାଇ ଦେବ ବୋଲି କୁହନ୍ତି ।