ବଳାତ୍କାର ମାମଲାରେ ଗିରଫ ହେଲେ ଅତିରିକ୍ତ ଅଗ୍ନିଶମ ଅଧିକାରୀ ରମେଶ ଚନ୍ଦ୍ର ବେହେରା

ରାୟଗଡା, (ଅକ୍ଷୟ କୁମାର ପିଡ଼ିସିକା) : ରାୟଗଡ଼ା ଅଗ୍ନିଶମ ବିଭାଗର ଅତିରିକ୍ତ ଅଗ୍ନିଶମ ଅଧିକାରୀ ରମେଶ ଚନ୍ଦ୍ର ବେହେରାଙ୍କୁ ବଳାତ୍କାର ମାମଲାରେ ରାୟଗଡ଼ା ଟାଉନ ଥାନା ପୁଲିସ ଗିରଫ କରିଛି । ଗିରଫ ପରେ ଡାକ୍ତରୀ ମାଇନା କରାଯାଇ କୋର୍ଟ ଚାଲାଣ କରାଯିବ ବୋଲି ଆଇଆଇସି ପ୍ରସନ୍ନ କୁମାର ବେହେରା ସୂଚନା ଦେଇଛନ୍ତି । ଜଣେ ମହିଳାଙ୍କ ଅଭିଯୋଗକୁ ଆଧାର କରି ପୋଲିସ କେସ ନଂ ୨୫୫ରେ ମାମଲା ରୁଜୁ କରି ରମେଶ ବେହେରାଙ୍କୁ ଗିରଫ କରିଛି । ଘଟଣାରୁ ପ୍ରକାଶ ଯେ, ରାୟଗଡ଼ାରେ ପ୍ରାୟ ଦୁଇବର୍ଷ ହେଲା ଅତିରିକ୍ତ ଅଗ୍ନିଶମ ଅଧିକାରୀ ଶ୍ରୀ ବେହେରା ଜନୈକ ବିବାହିତ ମହିଳାଙ୍କ ସହିତ ଶାରୀରିକ ସମ୍ପର୍କ ରଖୁଥିଲେ । ଏଥି ସହିତ ତାଙ୍କୁ ନିର୍ଯ୍ୟାତନା ମଧ୍ୟ ଦେଇ ଆସୁଥିଲେ । ମହିଳା ଜଣକ ଦୁଇଟି ସନ୍ତାନର ମାଆ ଅଟନ୍ତି । ତେବେ ଏନେଇ ମହିଳା ଜଣକ ରବିବାର ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଯାହାକି ରାୟଗଡ଼ା ସହରରେ ଚର୍ଚ୍ଚାର ବିଷୟ ପାଲଟିଛି ।

jittmm
Leave A Reply

Your email address will not be published.