ବର୍ଷା ବର୍ଣ୍ଣାଳୀ ପାଇଲେ ପ୍ରଫେସର ଡ଼ ରମେଶ ଚନ୍ଦ୍ର ବେହେରା ଗୋଲଡ଼ ମେଡାଲ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଏନଆଇଟି ମେଟାଲର୍ଜି ବିଭାଗରେ ଏଚଓଡ଼ି ତଥା ଏନଆଇଟିର ଡିନ ଏକାଡେମୀ ଭାବେ କାର୍ଯ୍ୟ କରି ଅବସର ନେଇଥିଲେ ପ୍ରଫେସର ରମେଶ ଚନ୍ଦ୍ର ବେହେରା । ତାଙ୍କର ମୃତ୍ୟୁ ପରେ ଆଜକୁ ୬ବର୍ଷ ହେଲା ତାଙ୍କ ସ୍ମୃତିରେ ଏନ୍ଆଇଟିର ଏମଟେକ୍ ଟପ୍ପରକୁ ପ୍ରଫେସର ଡ଼ ରମେଶ ଚନ୍ଦ୍ର ବେହେରା ମେମୋରିଆଲ ଗୋଲଡ଼ ମେଡାଲ ପ୍ରତିବର୍ଷ ତାଙ୍କ ସ୍ତ୍ରୀ ସବିତାରାଣୀ ବେହେରାଙ୍କ ତରଫରୁ ଏନ୍ଆଇଟିର ସମାବର୍ତ୍ତନ ଉତ୍ସବରେ ପ୍ରଦାନ କରାଯାଇ ଆସୁଛି । ଚଳିତ ବର୍ଷ ୨୦ତମ ସମାବର୍ତ୍ତନ ଉତ୍ସବରେ ଏନ୍ଆଇଟିର ଇଲେକ୍ଟ୍ରିକ ବିଭାଗର ଛାତ୍ରୀ ବର୍ଷା ବର୍ଣ୍ଣାଳୀ ସମଗ୍ର କଲେଜର ଏମଟେକ୍ ଟପର ହୋଇଥିବାରୁ ତାଙ୍କୁ ପ୍ରଫେସର ଡ଼ ରମେଶ ଚନ୍ଦ୍ର ବେହେରା ମେମୋରିଆଲ ଗୋଲଡ଼ ମେଡାଲ ପ୍ରଦାନ କରାଯାଇଛି । ସେଥିପାଇଁ ସବିତାରାଣୀ ଓ ସହପାଠୀଙ୍କ ତରଫରୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି ।

Leave A Reply

Your email address will not be published.