ସୁଭଦ୍ରା ଭବନଠାରେ ଚାଲିଥିବା ସପ୍ତାହ ବ୍ୟାପୀ ତୁଲସୀ ରାମାୟଣ ପାରାୟଣରେ ଯୋଗ ଦେଲେ ବିଧାୟକ ସରୋଜ ଓ ଏନ୍ଏସି ବିଜେଡି ଅଧ୍ୟକ୍ଷ ପ୍ରାର୍ଥିନୀ ମାନସୀ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ବ୍ରାହ୍ମପୁରା ସ୍ଥିତ ସୁଭଦ୍ରା ଭବନ ନିକଟସ୍ଥ ଜଗନ୍ନାଥ ମନ୍ଦିରଠାରେ ତୁଳସୀ ରାମାୟଣ ପାରାୟଣ ଅନୁଷ୍ଠିତ ହୋଇଯାଇଛି । ତା ୧୧/୩ରୁ କଳସ ସ୍ଥାପନ ସହ ପୂଜାର୍ଚ୍ଚନା କରାଯାଇଥିଲା । ତା ୧୨/୩ ଶନିବାର ଫାଲଗୁନ ଶୁକ୍ଲ ଦଶମୀରୁ ପାରାୟଣ ପଠନ ଆରମ୍ଭ ହୋଇ ଆସନ୍ତା ୧୮/୩/୨୦୨୨ ଶୁକ୍ରବାର ଦିନ ପର୍ଯ୍ୟନ୍ତ ପାରାୟଣ ଅନୁଷ୍ଠିତ ହେବ । ପାରାୟଣର ତୃତୀୟ ଦିନରେ ପାଟଣାଗଡ଼ ଲୋକପ୍ରିୟ ବିଧାୟକ ସରୋଜ କୁମାର ମେହେର ଓ ଏନ୍ଏସି ବିଜେଡି ଅଧ୍ୟକ୍ଷ ପ୍ରାର୍ଥିନୀ ମାନସୀ ବିଶ୍ଵାଳ ଯୋଗଦାନ କରି ପାରାୟଣ ଶ୍ରବଣ କରିବା ସହ ଭଗବାନଙ୍କ ସାନ୍ନିଧ୍ୟ ଲାଭ କରିଥିଲେ । ପାରାୟଣ ଆୟୋଜିତ କମିଟି ପକ୍ଷରୁ ବିଧାୟକ ସରୋଜ କୁମାର ମେହେର ଓ ଏନ୍ଏସି ବିଜେଡି ଅଧ୍ୟକ୍ଷ ପ୍ରାର୍ଥିନୀ ମାନସୀ ବିଶ୍ଵାଳଙ୍କୁ ସ୍ଵାଗତ କରାଯାଇଥିଲା । ପରିଚାଳନା କମିଟିର ପ୍ରଦିପ କୁମାର ପୁରୋହିତ ସଂଯୋଜନା କରିଥିବା ବେଳେ ଏଥିରେ ପୂଜା କର୍ତ୍ତା ଆନନ୍ଦ କୁମାର ଠାକୁର ତାଙ୍କ ଧର୍ମପତ୍ନୀ ମୀନା ଠାକୁର କାର୍ଯ୍ୟ ନିର୍ବାହ କରିଥିଲେ । ସୁନାମଧନ୍ୟ ପାରାୟଣ ଗାୟକ ଶ୍ରୀମାନ ତରଣୀ ତ୍ରିପାଠୀ ବ୍ୟାସ ଭାବେ ଯୋଗଦେଇ ସୁମଧୁର କଣ୍ଠସ୍ୱରରେ ପାରାୟଣ ଗାୟନ କରିବା ସହ ଆଧୁନିକ ଭଜନ, ସମ୍ବଲପୁରୀ ଭଜନ ଦିନେ ଭଜି ନ ପାରିଲି ତୋହରୀ ନାମ ଭଳି ଗୀତ ସମସ୍ତ ଭକ୍ତମାନଙ୍କ ମନକୁ ଆକୃଷ୍ଟ କରିପାରିଥିଲା । ପାରାୟଣ ଶ୍ରବଣ ସକାଶେ ପାଟଣାଗଡ଼ ସହର ବ୍ୟତିତ ଆଖପାଖ ଗ୍ରାମାଞ୍ଚଳରୁ ପାରାୟଣ ଶ୍ରବଣ କରିବା ପାଇଁ ପ୍ରବଳ ଭକ୍ତଙ୍କ ସମାଗମ ହୋଇଥିଲା । ପରିଚାଳନା କମିଟି ପ୍ରଦୀପ କୁମାର ପୁରୋହିତ, ସୁଧାକର ଦାସ, ସଂଗ୍ରାମ ପଣ୍ଡା, ନାରାୟଣ ମିଶ୍ର, ପ୍ରଶାନ୍ତ କୁମାର ପୁରୋହିତ, ପ୍ରମୋଦ, ବବଲୁ, ମଦନ ଦାସ, ପ୍ରମୋଦ ଦାସ, ଦିଲିପ ପାଣିଗ୍ରାହୀ, ଭଗବାନ ପାଢ଼ୀ, ରାହାସ ପାଢ଼ୀ, ସାଲେଗ୍ରାମ ହୋତା, କୃଷ୍ଣଚନ୍ଦ୍ର ପ୍ରଧାନ, ଦୀପକ ନାଏକ, ଚୈତନ୍ୟ ଶବର, ବୈଶାଖୁ ଶବର, ଲଲିତ ବିଶି ପ୍ରମୁଖଙ୍କ ସହ ସମସ୍ତ ଏଲ୍‌.ଆଇ.ସି କଲୋନୀର ଅଧିବାସୀ ସହଯୋଗ କରିଥିଲେ । ପ୍ରତ୍ୟହ ଦିନ ସନ୍ଧ୍ୟାରେ ସମସ୍ତ ଶ୍ରଦ୍ଧାଳୁମାନଙ୍କ ପାଇଁ ଅର୍ଣ୍ଣ ଭୋଗର ବ୍ୟବସ୍ଥା କରାଯାଇଥିଲା ।

Leave A Reply

Your email address will not be published.