oom

ବିଗ୍ରହ ପ୍ରତିଷ୍ଠାକୁ ନେଇ ଶ୍ରଦ୍ଧାଳୁ ଭାବ ବିହ୍ୱଳ : ସମଗ୍ର ଅଞ୍ଚଳ ରାମମୟ

jsmm

ଜୟପାଟଣା, (ଶେଷଦେବ ବେହେରା) : ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମଙ୍କ ଅଯୋଧ୍ୟାରେ ନବ ନିର୍ମିତ ଭବ୍ୟ ମନ୍ଦିର ଓ ପ୍ରାଣ ପ୍ରତିଷ୍ଠାକୁ ନେଇ ସମଗ୍ର ଦେଶ ଉତ୍ସବ ମୁଖର ଥିବା ବେଳେ ଜୟପାଟଣା ବ୍ଲକର ସମସ୍ତ ଗ୍ରାମରେ ତାରି ଅନୁରୂପ ପ୍ରତିଫଳନ ଦେଖିବାକୁ ମିଳିଛି । ପଲ୍ଲୀଠୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ଭକ୍ତି ଓ ଶ୍ରଦ୍ଧାର ସହିତ ଶ୍ରଦ୍ଧାଳୁମାନେ ଘର ସମ୍ମୁଖରେ ପୂର୍ଣ୍ଣ କଳସ ଓ ଝୋଟିରେ ସଜାଇ ଭଗବାନ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବକୁ ଭକ୍ତିର ସହ ସ୍ୱାଗତ କରିଥିବା ଦେଖିବାକୁ ମିଳିଥିଲା । ଏହି ଅବସରରେ ଜୟପାଟଣା ସହରର ରାସ ମଣ୍ଡପ, ଶ୍ରୀରାମ ମନ୍ଦିର, ଶିବ ମନ୍ଦିର, ହନୁମାନ ମନ୍ଦିର, ବାପୁଜୀ ଆଶ୍ରମ ଆଦି ସ୍ଥାନମାନଙ୍କରେ ବିଭିନ୍ନ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ସହିତ ନଗର ପରିକ୍ରମାମାନ ସ୍ଥାନିତ ହୋଇଥିଲା । ସେହି ପରି ବଡ଼ କୁଟୁରୁ ହନୁମାନ ମନ୍ଦିରରେ କଳସ ଯାତ୍ରା, ପରିକ୍ରମା, ପୂଜନ ଓ ପ୍ରବଚନ ସହିତ ଅଯୋଧ୍ୟାରୁ ସିଧା ପ୍ରସାରଣ ସମସ୍ତେ ଦେଖୁଥିଲେ । ସେହିପରି ମୁଖୀଗୁଡା ସ୍ଥିତ ଶୈଳ ଶ୍ରୀକ୍ଷେତ୍ର, ଧନସୁଳୀ, ମଙ୍ଗଳପୁର, ବଡ଼ କାର୍ଲାକୋଟ, କପୁର ମାଳ, ପତିଗୁଡା, ପୋଲକା ମୁଣ୍ଡା, କଦୋପଦର, ଉମେର, ବାଣ୍ଡି ଗାଁ, ଚାଚିଗୁଡା, କୂଚାଗାଁ, ରେଙ୍ଗାଲ ପାଲି, ଭଉଁରୀ ପାଲି, ଅରେବେଡା, ଚିର୍କା ଭଳି ଅନେକ ଗ୍ରାମରେ ଶ୍ରଦ୍ଧାର ସହିତ ଉତ୍ସବ ପାଳିତ ହୋଇଯାଇଛି । ଶେଷରେ ସନ୍ଧ୍ୟା ସମୟରେ ହଜାର ହଜାର ଶ୍ରଦ୍ଧାଳୁ ଘର ସମ୍ମୁଖରେ ଦୀପ ଜାଳିବା ସହିତ ବିଭିନ୍ନ ମନ୍ଦିରମାନଙ୍କରେ ମଧ୍ୟ ଦୀପ ଜଳାଇ ପ୍ରଭୁଙ୍କୁ ସ୍ୱାଗତ କରିଥିଲେ ।

jittmm
Leave A Reply

Your email address will not be published.