jayashree

ମ.ରାମପୁର ରାମଲୀଳା ମହୋତ୍ସବ

  • ଦ୍ଵିତୀୟ ଦିନରେ ଶେଷ ଦୃଶ୍ୟ ଯାଏଁ ରହିଲେ ଦର୍ଶକ
  • ଆଜି ହେବ ‘ଆରଣ୍ୟକ କାଣ୍ଡ’

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁରଠାରେ ଶ୍ରୀ ଶ୍ରୀ ରାମ ଜୀଉ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ପ୍ରସିଦ୍ଧ ରାମଲୀଳାର ଅଯୋଧ୍ୟା କାଣ୍ଡ ମଞ୍ଚସ୍ଥ ହେବା ସହ ନାଟକର ଶେଷ ଦୃଶ୍ୟ ଯାଏଁ ଦର୍ଶକ ରହିଲେ । ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ, ମ.ରାମପୁର ଶାଖା ପରିଚାଳକ ମାନ ଭଞ୍ଜନ ସ୍ୱାଇଁ ଯୋଗ ଦେଇଥିଲେ । ସଭାପତି ଜୀବେଶ୍ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ମଞ୍ଚ ପୂଜନ ତଥା ଶୁଭ ଉଦ୍‌ଘାଟନ କରାଯିବା ପରେ ମୁଖ୍ୟ ଅତିଥି ରାମଲୀଳାକୁ ଏକ ପରମ୍ପରା ଭାବରେ ପାଳନ କରି ଆସିବା ଆମ ପାଇଁ ଗର୍ବର କଥା ବୋଲି କହିଥିଲେ । ଏହି ଅବସରରେ କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ୍ ଶେରଗଡ଼ ଗ୍ରାମ ପଞ୍ଚାୟତର କଳାକାର କନ୍ଦର୍ପ କଟୁଆଳଙ୍କୁ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ । ମାନପତ୍ର ପଠନ କରିଥିଲେ ଅଧ୍ୟାପିକା ଲିପ୍ସାମୟୀ ଦୁବେ । ମଞ୍ଚ ପରିଚାଳନା କରିଥିଲେ ହେମନ୍ତ ସାହୁ । ସମ୍ବର୍ଦ୍ଧନା ପ୍ରଦାନରେ ସହଯୋଗ କରିଥିଲେ ଅନୁଷ୍ଠାନର ବରିଷ୍ଠ ସଦସ୍ୟ ପବନ ମହାଳିକ । ମଞ୍ଚ ଉଦ୍‌ଘାଟନ ପରେ ପ୍ରାଧ୍ୟାପକ ଶୈଳେନ୍ଦ୍ର ପ୍ରସାଦ ଆଚାର୍ଯ୍ୟଙ୍କ ଦ୍ଵାରା ରଚିତ ଓ ନିର୍ଦ୍ଦେଶିତ ରାମଲୀଳାର ଅଯୋଧ୍ୟା କାଣ୍ଡ ମଞ୍ଚସ୍ଥ ହୋଇଥିଲା । ବିଭିନ୍ନ ଭୂମିକା ଯଥା ଦଶରଥ ଭାବେ ବୀରେନ୍ଦ୍ର ରଥ, ବଶିଷ୍ଠ ଭାବେ ଡମ୍ବରୁ ଧର ଭୋଇ, ରାମ ଭାବେ ଅମନ୍ ରାୟଗୁରୁ, ଲକ୍ଷ୍ମଣ ଭାବେ ଶାଶ୍ଵତ ଦଣ୍ଡିଆ, ଭରତ ଭାବେ ଅରୁଣ ହାତୀ, ସୀତା ଭାବେ ବିପ୍ର ମାଝୀ, ଶତୃଘ୍ନ ଭାବେ ସୁରସେନ ମହାରଣା, ମନ୍ଥରା/ନାବିକ ଭାବେ ଦିଲିପ୍ ତ୍ରିପାଠୀ, କୈକେୟୀ ଭାବେ ମଣ୍ଟୁ ବାରିକ, କୌଶଲ୍ୟା ଭାବେ କେଶବ ଦଣ୍ଡିଆ, ପର୍ଶୁରାମ ଭାବେ ମହେନ୍ଦ୍ର ଭଏଁଶାଲ, ଜନକ ଭାବେ ମଧୁ ସୁଦନ ସିଂହ ଜୀବନ୍ତ ଅଭିନୟ କରିଥିଲେ । ସଙ୍ଗୀତ ନିର୍ଦ୍ଦେଶନା ମହେଶ୍ୱର ସାହୁ (ଭୁବନେଶ୍ୱର) ଓ କଣ୍ଠ ଦାନ କରିଥିଲେ ସନ୍ତୋଷ କୁମାର ଦୁବେ, ଲିପ୍ସା ମହାରଣା, ଧୀରେନ୍ଦ୍ର ମହାନ୍ତି, ଜଗ ମୋହନ ସାହୁ, ସ୍ମୃତି ରେଖା ପାଢ଼ୀ, ବାଦ୍ୟ ଯନ୍ତ୍ରରେ ଭାରତ ରାଉତ, ଯୁଧିଷ୍ଠିର ବେହେରା, ସୁରେନ୍ଦ୍ର ପାଣିଗ୍ରାହୀ, ସୁନିଲ ବିଭାର ଓ ପ୍ରଶାନ୍ତ ସାହୁ । ରୂପ ସଜ୍ଜା ଦୀନବନ୍ଧୁ ମହାରଣା କରିଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ଉପସଭାପତି ଲଳିତ ମହାଳିକ, ବରିଷ୍ଠ ସଦସ୍ୟ ମିହିର୍ କୁମାର ଦୁବେ, ଶରତ ଚନ୍ଦ୍ର ମହାରଣା, ଚିତ୍ତ ରଂଜନ ବାଗ, ସନାତନ ପଣ୍ଡା ପ୍ରମୁଖ ସହଯୋଗ କରିଥିଲେ । ଆଜି ଏହି ପ୍ରସିଦ୍ଧ ସମ୍ପୂର୍ଣ୍ଣ ରାମଲୀଳାର ତୃତୀୟ ଦିନରେ ‘ଆରଣ୍ୟକ କାଣ୍ଡ’ ଅଭିନୀତ ହେବ ବୋଲି ଜୟନ୍ତ କୁମାର ନାୟକ ସୂଚନା ପ୍ରଦାନ କରିଛନ୍ତି ।

Leave A Reply

Your email address will not be published.