- ଆରଣ୍ୟକ କାଣ୍ଡରେ ହଜାର ହଜାର ଦର୍ଶକଙ୍କ ସମାହାର
- ଆଜି ହେବ କିସ୍କିନ୍ଧ୍ୟା ଓ ସୁନ୍ଦରାକାଣ୍ଡ
ମ.ରାମପୁର, (ହେମନ୍ତ ସାହୁ) : ଶ୍ରୀ ରାମ ଜୀଉ ସାଂସ୍କୃତିକ ଅନୁଷ୍ଠାନର ଦଶମ ଶ୍ରୀ ରାମଲୀଳା ମହୋତ୍ସବର ତୃତୀୟ ରଜନୀରେ ମଞ୍ଚସ୍ଥ ଆରଣ୍ୟକ କାଣ୍ଡରେ ହଜାର ହଜାର ସଂଖ୍ୟାରେ ଦର୍ଶକଙ୍କ ସମାଗମ ଦେଖିବାକୁ ମିଳିଥିଲା । ପ୍ରାଧ୍ୟାପକ ଶୈଳେନ୍ଦ୍ର ପ୍ରସାଦ ଆଚାର୍ଯ୍ୟଙ୍କ ରଚିତ ତଥା ନିର୍ଦ୍ଦେଶିତ ସମ୍ପୂର୍ଣ୍ଣ ରାମଲୀଳାର ତୃତୀୟ ରଜନୀରେ ମୁଖ୍ୟ ଅତିଥି ଭାବେ ରାଜ୍ୟସଭା ସାଂସଦ ସୁଜିତ୍ କୁମାର ଯୋଗ ଦେଇଥିବା ବେଳେ ଅନୁଷ୍ଠାନର ସଭାପତି ଜୀବେଶ କୁମାର ପଣ୍ଡା ଅଧ୍ୟକ୍ଷତା କରିଥିଲେ । ମଞ୍ଚ ପରିଚାଳନା କରିଥିଲେ ହେମନ୍ତ ସାହୁ । ଏହି ଅବସରରେ ଯୁବ କଳାକାର ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଲକ ମଣ୍ଡଳ ଗାଁର ଅଂଶୁମାନ ଠାକୁରଙ୍କୁ ଅନୁଷ୍ଠାନ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା । ମାନପତ୍ର ପଠନ କରିଥିଲେ ଅଧ୍ୟାପିକା ଲିପ୍ସାମୟୀ ଦୁବେ । ସମ୍ବର୍ଦ୍ଧନା ପ୍ରଦାନ କାର୍ଯ୍ୟକ୍ରମରେ ପବନ ମହାଳିକ ସହଯୋଗ କରିଥିଲେ । ମଞ୍ଚସ୍ଥ ଆରଣ୍ୟକ କାଣ୍ଡରେ ରାବଣ ଭାବେ ସାଇ ପ୍ରସାଦ ମହାରଣା, ରାମ ଭାବେ ଅମନ୍ ରାୟଗୁରୁ, ଲକ୍ଷ୍ମଣ ଭାବେ ଶାଶ୍ଵତ ଦଣ୍ଡିଅ, ସୃପନଖା ଭାବେ ଦିଲ୍ଲୀପ ତ୍ରିପାଠୀ, ଖର ଭାବେ ଲକ୍ଷ୍ମୀଧର ସିଂହ, ଦୁସନ ଭାବେ ମୃତ୍ୟୁଞ୍ଜୟ ଘିଭେଲା, ମାରୀଚ/ ଗୋପାଳ ପୁଅ ଭାବେ ପ୍ରଦୀପ ସିଂହ, ଗୋପାଳ ପୁଅ ଭାବେ ଦେବେନ୍ଦ୍ର ମହାନ୍ତି, ସୀତା ଭାବେ ମାନସ ସାହୁ, ମାୟାମୃଗ ଭାବେ ଶିବମ ନାୟକ, ଅନସୂୟା ଭାବେ କେଶବ ଦଣ୍ଡିଆ, ବିରାଧ ଭାବେ ବସନ୍ତ ନାୟକ, ଅଗ୍ନି ଭାବେ ବିକାଶ ଆଚାର୍ଯ୍ୟ, କେତକୀ ଫୁଲ ଭାବେ ଶାଶ୍ଵତ ତ୍ରିପାଠୀ, ଗୋମାତା ଭାବେ ନିପୁନ ନାୟକ, ଫଲଗୁ ଭାବେ ସାହିଲ, ଜଟାୟୁ ଭାବେ କାହ୍ନା ପୁରୋହିତ, ବ୍ରାହ୍ମଣ ଭାବେ ମଣ୍ଟୁ ବାରିକ, ଅମରେଶ ଶତପଥୀ, ତ୍ରିସିରା/ବ୍ରାହ୍ମଣ/ ଗୋପାଳ ପୁଅ ଭାବେ ସୁରସେନ ମହାରଣା, ବୃଦ୍ଧ/ଗୋପାଳ ଭାବେ ମଣ୍ଟୁ ବାରିକଙ୍କ ଜୀବନ୍ତ ତଥା ବାସ୍ତବ ଅଭିନୟ ଫଳରେ ଦିନକୁ ଦିନ ଏହି ରାମଲୀଳା ମହୋତ୍ସବରେ ଭିଡ ଦେଖିବାକୁ ମିଳୁଛି । ସଙ୍ଗୀତ ନିର୍ଦ୍ଦେଶନା ମହେଶ୍ୱର ସାହୁ (ଭୁବନେଶ୍ୱର) ଓ କଣ୍ଠ ଦାନ କରିଥିଲେ ସନ୍ତୋଷ କୁମାର ଦୁବେ, ଲିପ୍ସା ମହାରଣା, ଧୀରେନ୍ଦ୍ର ମହାନ୍ତି, ଜଗ ମୋହନ ସାହୁ, ସ୍ମୃତି ରେଖା ପାଢ଼ୀ ଓ ବାଦ୍ୟ ଯନ୍ତ୍ରରେ ଭାରତ ରାଉତ, ଯୁଧିଷ୍ଠିର ବେହେରା, ସୁରେନ୍ଦ୍ର ପାଣିଗ୍ରାହୀ, ସୁନୀଲ ବିଭାର, ପ୍ରଶାନ୍ତ ସାହୁ ଦାୟିତ୍ଵ ନିର୍ବାହ କରିଥିଲେ । ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସମ୍ପାଦକ ବୀରେନ୍ଦ୍ର ରଥ, ସାଂସ୍କୃତିକ ସମ୍ପାଦକ ଜୟନ୍ତ କୁମାର ନାୟକ ଓ ସମସ୍ତ କାର୍ଯ୍ୟକ୍ରମରେ ଭ୍ରମର ବର ଧଙ୍ଗଡା ମାଝୀ, ମାନା ରାଉତ, ତ୍ରିନାଥ ରାଉତ, ସୁବାସ ନାଏକ, ଧଜ ପ୍ରମୁଖ ସହଯୋଗ କରିଥିଲେ । ଆଜି ଚର୍ତୁଥ ରଜନୀରେ କିସ୍କିନ୍ଧ୍ୟା ଓ ସୁନ୍ଦରାକାଣ୍ଡ ମଞ୍ଚସ୍ଥ ହେବ ବୋଲି ଉପ ସଭାପତି ଲଳିତ ମହାଳିକ ସୂଚନା ଦେଇଛନ୍ତି ।