ଦଣ୍ଡ ଜ୍ଞାନସାଗର ସମ୍ମାନରେ ସମ୍ମାନୀତ ହେଲେ ରମାକାନ୍ତ ବିଶି

ଟିଟିଲାଗଡ଼, (କେପିଏନ୍‌ଏସ୍‌) : ରାଧା ଭୂମିକାରେ ଅଭିନୟ କରି ଓଡିଶାର ଘରେ ଘରେ ପରିଚିତ ଯୁବ ଦଣ୍ଡ କଳାକାର ରମାକାନ୍ତ ବିଶି “ଦଣ୍ଡ ଜ୍ଞାନ ସାଗର ” ସମ୍ମାନରେ ସମ୍ମାନିତ ହେଇଛନ୍ତି । ଗତ ୨୬ ତାରିଖରେ ଟିଟିଲାଗଡ଼ର ସିହିନି ଗ୍ରାମରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଲାଲ ବାହାଦୁର ଶାସ୍ତ୍ରୀ ପାଠାଗାର ତରଫରୁ ମଞ୍ଚ ଉପରେ ରାଧା ଭୂମିକାରେ ଅଭିନୟ କରୁଥିବା ଚର୍ଚ୍ଚିତ ଦଣ୍ଡ କଲାକାର ରମାକାନ୍ତ ବିଶିଙ୍କୁ ଉପଢୌକନ ଏବଂ ମାନପତ୍ର ଦେଇ “ଦଣ୍ଡ ଜ୍ଞାନସାଗର ସମ୍ମାନରେ ସମ୍ମାନୀତ କରାଥିଲା । ପୁରାଣ ଶାସ୍ତ୍ର ଆଲୋଚନା ପାଇଁ ଦଣ୍ଡ ଜଗତରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିବା ରମାକାନ୍ତ ବିଶିଙ୍କୁ “ଦଣ୍ଡ ଜ୍ଞାନସାଗର” ସମ୍ମାନରେ ସମ୍ମାନୀତ କରାଯିବା ପରେ ରମାକାନ୍ତ ରାଧାଙ୍କ ପ୍ରଶଂସକ ମହଲରେ ଖୁସିର ଲହରୀ ଖେଳିଯାଇଛି । ୨୭ ତାରିଖ ରମାକାନ୍ତ ରାଧା ନିଜ ଗାଁ ଚିନ୍ଦଗୁଡାକୁ ଫେରିବା ପରେ ବିପୁଳ ମାତ୍ରାରେ ଗ୍ରାମବାସୀଙ୍କ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ସମସ୍ତଙ୍କ ଘରେ ଶୁଭ କଳସ ସ୍ଥାପନ କରାଯାଇ ରମାକାନ୍ତ ରାଧାଙ୍କୁ ଫୁଲମାଳ ଓ ନୂଆଁ ବସ୍ତ୍ର ଦେଇ ସ୍ୱାଗତ କରାଯାଇଥିଲା । ଦଣ୍ଡ ଜ୍ଞାନସାଗର ସମ୍ମାନରେ ସମ୍ମାନୀତ ହେବାପରେ ରମାକାନ୍ତ ବିଶି ନିଜର ପ୍ରତିକ୍ରିୟା ରଖିଛନ୍ତି । ଗୁରୁ ଫକୀର ନାୟକ ଓ ଗୁରୁ ଶ୍ୟାମବନ୍ଧୁଙ୍କ ପ୍ରଚେଷ୍ଟା, ବଂଜାରେନ ଦଣ୍ଡ ପାର୍ଟିର ସମସ୍ତ କଲାକାରଙ୍କ ସହଯୋଗ ଏବଂ ଦର୍ଶକମାନଙ୍କ ଭଲ ପାଇବା ପାଇଁ ଏହି ପୁରସ୍କାର ମିଳିପାରିଛି ବୋଲି ସେ କହିଛନ୍ତି । ଏହି ସମ୍ମାନ ଦେଇ ଦର୍ଶକ ମୋତେ ଆହୁରି ଦାୟିତ୍ଵ ବଢ଼ାଇ ଦେଇଛନ୍ତି ବୋଲି ସେ କହିଛନ୍ତି । ଆଗକୁ ଆହୁରି ନୂଆଁ ନୂଆଁ ପୁରାଣ ଶାସ୍ତ୍ର ମଞ୍ଚରେ ଆଲୋଚନା କରିବି ବୋଲି ଦର୍ଶକମାନଙ୍କୁ ପ୍ରତିଶୃତି ଦେଇଛନ୍ତି ।

Leave A Reply

Your email address will not be published.