ମହାବୀର ମନ୍ଦିରରେ ମାସିକ ଶ୍ରୀ ରାମଚରିତ ମାନସ ନବାହ୍ନ ପରାୟଣ ଅନୁଷ୍ଠିତ

ଛତ୍ରପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ରେଳ ଷ୍ଟେସନ ନିକଟସ୍ଥ ମହାବୀର ନଗରର ମହାବୀର ସଙ୍କଟ ମୋଚନ ହନୁମାନ ମନ୍ଦିରରେ ମଙ୍ଗଳବାର ମାସିକ ଶ୍ରୀ ରାମଚରିତ ମାନସ ପାରାୟଣ ଯଥା ସୁନ୍ଦରାକାଣ୍ଡ ପରାୟଣ ଓ ନବାହ୍ନ ପାରାୟଣ ବିଧିବଦ୍ଧ ଭାବେ ଅନୁଷ୍ଠିତ ହୋଇ ସମ୍ପନ୍ନ ହୋଇଯାଇଛି । ଛତ୍ରପୁର ସହରର ଆଧ୍ୟାତ୍ମିକ ଚେତନା, ଭାବନା ଧର୍ମୀ ଶତାଧିକ ଭକ୍ତଜନଙ୍କ ଦ୍ୱାରା ଏହି ପାରାୟଣ କାର୍ଯ୍ୟ-ପରମ୍ପରା କ୍ରମେ ପରିଚାଳିତ ହୋଇଥିଲା । ଗୋସ୍ୱାମୀ ମାଲେଶ୍ୱର ଜୀଙ୍କ ସମ୍ପାଦନାରେ ଏବଂ ସି.ଏଚ.ଦୟାନନ୍ଦ ରେଡ୍ଡୀଙ୍କ ନେତୃତ୍ତ୍ୱରେ ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ସମ୍ପାଦନା ହୋଇଅଛି ।

Leave A Reply

Your email address will not be published.