ବର୍ଣ୍ଣାଢ଼୍ୟ ସମାରୋହରେ ଆୟୋଜିତ ଦ୍ଵିତୀୟ ବାର୍ଷିକୀ ରାମଚଣ୍ଡୀ ମହୋତ୍ସବ ଉଦ୍‌ଘାଟିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ନିକଟସ୍ଥ ମାଁ ରାମଚଣ୍ଡୀ ମନ୍ଦିର ପକ୍ଷରୁ ଆୟୋଜିତ ଦ୍ଵିତୀୟ ବାର୍ଷିକୀ ମହୋତ୍ସବ ବିବିଧ ସାଂସ୍କୃତିକ ସମାରୋହ ରବିବାର ସନ୍ଧ୍ୟାରେ ଉଦ୍‌ଘାଟିତ ହେଇଯାଇଛି । ସୂଚନା ଯୋଗ୍ୟ ଯେ ପୂଣ୍ୟତ୍ତୋୟା ଋଷିକୁଲ୍ୟା ନଦୀ ତୀରବର୍ତ୍ତୀ ତଥା ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ଠାରୁ ମାତ୍ର ୭ କି.ମି. ଦୂରରେ ଧଡା-ପାହାଡ଼ ଶୀର୍ଷରେ ଅବସ୍ଥାନ କରିଥିବା ମାଁ ରାମଚଣ୍ଡୀ ଏକ ପ୍ରତ୍ୟକ୍ଷ ଦେବୀ ଅଟନ୍ତି । ଯାହା ତ୍ରେତ୍ତୟା ଯୁଗରୁ ଆର୍ବିଭୂତ ହୋଇଥିବା ଏହି ଶକ୍ତିପୀଠର ମହିମା ଜନମାନସରେ ସୁବିଦିତ । ମର୍ଯ୍ୟଦା ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ରଙ୍କ କରକମଳରେ ସ୍ଥାପନା ହୋଇଥିବା ପ୍ରସଙ୍ଗ ଅନେକ କିମ୍ବଦନ୍ତୀ ରହିଛି । ଅଧୂନା ଗଞ୍ଜାମ ଜିଲ୍ଲାର ଅନ୍ୟତମ ପ୍ରସିଦ୍ଧ ଶକ୍ତିପୀଠ ଭାବେ ଖ୍ୟାତ ଅଟେ । ମନ୍ଦିର ଓ ବେଢ଼ା, ଦେବୀଙ୍କ ନୂତନ ବିଗ୍ରହ ପ୍ରତିମା ନିର୍ମାଣର ନବକଳେବର ହୋଇଥିବା ବେଳେ ନବନିର୍ମିତ ମନ୍ଦିର ପ୍ରତିଷ୍ଠାର ଆଜି ଦ୍ୱିତୀୟ ବାର୍ଷିକ ଉତ୍ସବ ବର୍ଣ୍ଣାଢ଼୍ୟ ସମାରୋହରେ ପାଳିତ ହୋଇଯାଇଛି । ତିନିଦିନ ବ୍ୟାପୀ ପାଳିତ ହେଉଥିବା ଏହି ସଂସ୍କୃତିକ ସମ୍ଭରର ପ୍ରଥମ ସନ୍ଧ୍ୟାରେ ବହୁ ସ୍ୱାନମଧନ୍ୟ କଣ୍ଠଶିଳ୍ପୀ ଓ ନୃତ୍ୟ ଶିଳ୍ପୀଙ୍କ ଧମାଲରେ ପୀଠ ପରିସର ମୁଖରିତ ହୋଇଉଠିଛି । ନୂତନ ମନ୍ଦିର ପ୍ରତିଷ୍ଠାର ଦ୍ଵିତୀୟ ବାର୍ଷିକୀ ଉତ୍ସବକୁ, ବାଣିଜ୍ୟ, ପରିବହନ ଓ ଖଣି ବିଭାଗ ମନ୍ତ୍ରୀ ବିଭୂତି ଭୁଷଣ ଜେନା, ଏହି ଉତ୍ସବକୁ ଶୁଭାରମ୍ଭ କରିଥିଲେ । ସମ୍ମାନୀତ ଅତିଥି ଭାବେ ବିଧାୟକ ଶ୍ରୀ କୃଷ୍ଣ ଚନ୍ଦ୍ର ନାୟକ ଯୋଗଦେଇଥିଲେ । ସମାଜସେବୀ ସୁଜାତା ପାଢ଼ୀ ସାବତ , ପୂର୍ବତନ ଗଞ୍ଜାମ ବ୍ଲକ ଅଧ୍ୟକ୍ଷ ପ୍ରଶାନ୍ତ ନାୟକ, କରପଡ଼ା ସରପଞ୍ଚ ଅଜୟ ନାୟକ, କାର୍ଯ୍ୟକ୍ରମରେ ମୁଖ୍ୟ ଆବାହକ ତଥା ସଂଯୋଜକ କମଳ କୁମାର ପଣ୍ଡା, ଟ୍ରଷ୍ଟି ମଞ୍ଜୁଳା ପଣ୍ଡା, ଲକ୍ଷ୍ମୀ ନୃସିଂହ ପଣ୍ଡା, ପୂଜା କମିଟୀ କର୍ମକର୍ତ୍ତା ତୁଷାର ଶତପଥୀ, ଜ୍ୟୋତିଷ ବିଶାରଦ ଦୀପକ ଦାସ୍, ଦିବାକର ନାୟକ, ରାମଚଣ୍ଡୀ ମନ୍ଦିର ପୂଜା କମିଟୀ ସମ୍ପାଦକ ମହାରାଜ କୃଷ୍ଣ ଚନ୍ଦ୍ର ନାୟକ, ଗଙ୍ଗା ଧର ଶତପଥୀ, ଆଇନଜିବୀ ପ୍ରଦୀପ କୁମାର ପାଢ଼ୀ, ଉପସ୍ଥିତ ପ୍ରମୁଖ ମଞ୍ଚାସୀନ ଥିଲେ । ପୂଜାକମିଟୀ, ଟ୍ରଷ୍ଟ ସଭ୍ୟ ଓ ମାଁଙ୍କ ଅଗଣିତ ଶ୍ରଦ୍ଧାଳୁ ଭକ୍ତ ଉପସ୍ଥିତ ରହି ସକ୍ରୀୟ ସହଯୋଗ କରିଥିଲେ । ପ୍ରଥମ ଦିବସରେ କଣ୍ଠ ଶିଳ୍ପୀ ଗଣେଶ ପଟ୍ଟନାୟକ, ଗାୟିକା ବର୍ଣ୍ଣାଳୀ ହୋତା, ତଥା ପ୍ରମୁଖ ଖ୍ୟାତାନାମା କଣ୍ଠଶିଳ୍ପୀ ମେଗାମଞ୍ଚରେ ସଙ୍ଗୀତ ପରିବେଷଣ କରି ହଜାର ହଜାର ଭକ୍ତଙ୍କୁ ବିମୁଗ୍ଧ କରିଦେଇଥିଲେ ।

Leave A Reply

Your email address will not be published.