ପବିତ୍ର ରାମ ନବମୀ ଅବସରରେ ଶ୍ରୀରାମଙ୍କ ନାରରେ ଗୁଞ୍ଜିଲା କେସିଙ୍ଗା ସହର

କେସିଙ୍ଗା, (ପ୍ରୀତେଶ ପଟେଲ) : କଳାହାଣ୍ଡି ଜିଲ୍ଲାର କେସିଙ୍ଗା ସହରରେ ପବିତ୍ର ରାମ ନବମୀ ଧୁମଧାମରେ ପାଳିତ ହୋଇଯାଇଛି । ସହରରେ ଚାରିଆଡେ ଖାଲି ଗେରୁଆ ରଙ୍ଗର ପତକା ଦେଖିବାକୁ ମିଳିଥିଲା । କେସିଙ୍ଗା ସହର ରାମଙ୍କ ଭକ୍ତିରେ ରାମମୟ ହୋଇଯାଇଥିଲା । କେସିଙ୍ଗା ସହରର ଶ୍ରୀରାମ ଭକ୍ତୋ କି ଟୋଲି ଦ୍ଵାରା ପଞ୍ଚମ ଥର ଆୟୋଜିତ ରାମ ନବମୀ ଉତ୍ସବ ବେଶ୍ ଧୁମଧାମରେ ପାଳନ କରାଗଲା । ସକାଳୁ ପ୍ରଭାତ ଭେରିରେ ଭଜନ କୀର୍ତ୍ତନ ସହ ନଗର ପରିକ୍ରମା କରିଥିଲେ ନଗରର ହରି ମଣ୍ଡଳୀର ସଦସ୍ୟମାନେ । ସକାଳ ଦଶଟା ସମୟରେ ଏକ ବାଇକ ଶୋଭାଯାତ୍ରା ବଲାଙ୍ଗିର ଛକ ହନୁମାନ ମନ୍ଦିର ଠାରୁ ବାହରି ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣ ପର୍ଯ୍ୟନ୍ତ ଡ଼ିଜେ ବାଜା ସଙ୍ଗେ ଯାଇଥିଲା । ତାପରେ ସନ୍ଧ୍ୟା ଚାରିଟାରେ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରୁ ଏକ ବିଶାଳ ଶୋଭାଯାତ୍ରା ଯେଉଁଠି ମୁଖ୍ୟ ଆକର୍ଷଣ ଥିଲା ମହାରାଷ୍ଟ୍ର ରାଜ୍ୟ ନାଗପୁରର ଢୋଲ, ତାସା ଓ ପତକା ନୃତ୍ୟ । ତା ସଙ୍ଗେ ଘଣ୍ଟ, ଡିଜେ, ଆାଦିବାସୀ ନୃତ୍ୟ ଓ ଭଜନ କୀର୍ତ୍ତନ ଦ୍ଵାରା ନଗର ପରିକ୍ରମା କରି ଅମ୍ବାଜୀ ମନ୍ଦିର ପର୍ଯ୍ୟାନ୍ତ ଯାଇଥିଲା । ଏହି ଶୋଭାଯାତ୍ରାରେ ବିଭିନ୍ନ ସଂଗଠନ ଓ ସମାଜ ଦ୍ଵାରା ରାସ୍ତାର ସେବା ପାଇଁ ଥଣ୍ଡା ଜଳ, ଆଇସକ୍ରିମ, ସରବତ୍, କୋଲ୍ଡ ଡ୍ରିଂକ୍ସ, ପକେଟ ଆଇଟମ଼ ଓ କଚୋରି ଏହି ପ୍ରକାର ସେବା ରାମ ଭକ୍ତୋଙ୍କ ପାଇଁ ଦିଆଯାଉଥିଲା । ଅମ୍ବାଜୀ ମନ୍ଦିର ପରିସରରେ ରାମଙ୍କ ଆରତୀ ସହ ହନୁମାନ ଚାଳିଶାର ପାଠ ସହ ସମସ୍ତ ରାମ ଭକ୍ତଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା ମନ୍ଦିର ପରିସରରେ କରାଯାଇଥିଲା । କେସିଙ୍ଗାର ସମସ୍ତ ସରକାରୀ ବିଭାଗ ତଥା କେସିଙ୍ଗା ଏସ୍‌ଡ଼ିପିଓ ସନ୍ଦୀପ ମାଝୀଙ୍କ ଦ୍ଵାରା ଟ୍ରାଫିକ ବ୍ୟବସ୍ଥା ସୁସଞ୍ଚାଳନ ଦେଖିବାକୁ ମିଳିଥିଲା ।

Leave A Reply

Your email address will not be published.