centurian jitm

ଆଜି ପବିତ୍ର ଶ୍ରୀରାମ ନବମୀ

nschool

ବଲାଙ୍ଗିର, (କେପିଏନ୍‌ଏସ୍‌) : ପବିତ୍ର ଶ୍ରୀରାମ ନବମୀ ଅବସରରେ ସମସ୍ତଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା । ପୁରୁଷୋତ୍ତମ ଶ୍ରୀରାମଙ୍କ ମହାନ୍‌ ଆଦର୍ଶ ଓ ତ୍ୟାଗରେ ଅଭିମନ୍ତ୍ରିତ ଏଇ ଆମର ମାଟି । ଏଇ ମାଟିର ପ୍ରତ୍ୟେକ ପବିତ୍ରାତ୍ମାରେ ଶ୍ରୀରାମଙ୍କ ବିଚାର ଓ ମହାନତା ପ୍ରତିବିମ୍ବିତ ହୋଇଆସିଛି । ବାସ୍ତବରେ ଆମେ ଶ୍ରୀରାମଙ୍କୁ କେବଳ ପୂଜାର୍ଚ୍ଚନା କଲେ ଚଳିବ ନାହିଁ, ଶ୍ରୀରାମଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ବାଚ୍ଛନୀୟ । ମାନବ ଜୀବନକୁ ଏକ ଯଜ୍ଞାନୁଷ୍ଠାନ ଭାବରେ ଗ୍ରହଣ କରି ଅନ୍ୟ ମାନବଙ୍କ ପ୍ରତି ଦୟାଶୀଳ ହୋଇ ନିଜ କର୍ତ୍ତବ୍ୟନିଷ୍ଠତା ଓ ପବିତ୍ରତା ପ୍ରତି ସମସ୍ତେ ଧ୍ୟାନ ଦେବା ନିହାତି ଆବଶ୍ୟକ । ଏଥିପ୍ରତି ଆମେ ଦୃଷ୍ଟି ଦେଲେ, ଏକ ସୁନ୍ଦର, ସ୍ୱଚ୍ଛ ଓ ପବିତ୍ର ଭାରତ ଗଢ଼ିବାରେ ସଫଳ ହୋଇପାରିବା ।

Leave A Reply

Your email address will not be published.