oom

ବୁକୁରାମୁଣ୍ଡା ସ୍ୱାସ୍ଥ୍ୟ ଉପକେନ୍ଦ୍ର ତରଫରୁ ରାଲି ଆୟୋଜନ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜ୍ୟରେ ମହାମାରୀ କରୋନାର ମୂଳୋତ୍ପାଟନ ପାଇଁ ସରକାରଙ୍କ ପ୍ରୟାସକୁ ସବୁ ସ୍ତରରେ ସ୍ୱାଗତ କରାଯାଇଛି । ଗାଁ କଲ୍ୟାଣ ସମିତିକୁ ଆର୍ଥିକ ରାଶି ଯୋଗାଇ ଦେଇ ଗାଁ ମାନଙ୍କରେ ଲୋକଙ୍କୁ ସଚେତନ କରିବାକୁ ପ୍ରଚେଷ୍ଟା ଜାରି ରଖିଛନ୍ତିସରକାର । ଆଜି ବୁକୁରାମୁଣ୍ଡା ଗ୍ରାମପଞ୍ଚାୟତ ଅନ୍ତର୍ଗତ ପଲସାନୀ ଗାଁ କଲ୍ୟାଣ ସମିତି ଅଧିନରେ ଯାଉଥିବା କୁର୍ରିଚୁଆଁ ଗ୍ରାମର ସ୍କୁଲ ଠାରୁ ମହିଳା ସ୍ୱାସ୍ଥ୍ୟକର୍ମୀ କବିତାଞ୍ଜଳୀ ଦାଶଙ୍କ ତତ୍ୱାବଧାନରେ ଏକ ସଚେତନତା ରାଲିର ଆୟୋଜନ କରାଯାଇ ସମଗ୍ର ଗାଁ ପରିକ୍ରମା କରାଯାଇଥିଲା । ଆଶା ଦିଦି ଲତା ବରିହା ମେଗା ଫୋନ ଜରିଆରେ ବିଭିନ୍ନ ଗୀତ ମାଧ୍ୟମରେ ଲୋକଙ୍କୁ ସଚେତନତାର ବାର୍ତ୍ତା ଶୁଣାଉଥିବା ବେଳେ, ଅନ୍ୟମାନଙ୍କ ମଧ୍ୟରେ ଗ୍ରାମର ଓ୍ୱାର୍ଡମେମ୍ବର ଶ୍ରୀମତୀ ପ୍ରେମାବତୀ ବେହେରା, ଅଙ୍ଗନବାଡ଼ି ଦିଦି ଶ୍ରୀମତୀ ଧନମତୀ ବରିହା ରାଲି ସହ ସାମିଲ ହୋଇ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

jittmm
Leave A Reply

Your email address will not be published.