ଆଶ୍ରମପଡ଼ାରେ ରାମ ନବମୀ ଅବସରରେ ଭବ୍ୟ ରାଲି

  • ଶତାଧିକ ଭକ୍ତଙ୍କ ସହଭାଗିତା

କଣ୍ଟାବାଞ୍ଜି, (ପିତାମ୍ବର ଦୀପ) : ରାମ ନବମୀ ଅବସରରେ ଆଶ୍ରମପଡ଼ାର ରାମ ସେନା ସଂଗଠନ ପକ୍ଷରୁ ଏକ ଭବ୍ୟ ରାଲିର ଆୟୋଜନ କରାଯାଇଥିଲା । ଏହି ରାଲିରେ ଶତାଧିକ ମହିଳା ଏବଂ ପୁରୁଷ ଯୋଗଦେଇ ନଗର ପରିକ୍ରମା କରିଥିଲେ । ଭକ୍ତମାନେ ହାତରେ ଝଣ୍ଡା ଧରି ଏବଂ ଭକ୍ତିମୟ ସ୍ଲୋଗାନ ଦେଇ ସହରର ପ୍ରମୁଖ ରାସ୍ତା ଦେଇ ଯାତ୍ରା କରିଥିଲେ । ଏହା ଫଳରେ ସମଗ୍ର ଅଞ୍ଚଳରେ ଏକ ଧାର୍ମିକ ଓ ଉତ୍ସବମୟ ପରିବେଶ ସୃଷ୍ଟି ହୋଇଥିଲା । ସଂଗଠନ ପକ୍ଷରୁ ରାଲିର ସୂଚାରୁ ଆୟୋଜନ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଥିଲା ଏବଂ ଶାନ୍ତି ଓ ଶୃଙ୍ଖଳା ରକ୍ଷା କରାଯାଇଥିଲା । ରାଲି ଶାନ୍ତିପୂର୍ଣ୍ଣ ଭାବେ ସମାପ୍ତ ହୋଇଥିଲା । ଏହି ନଗର ପରିକ୍ରମାରେ ମହିଳା ଓ ଯୁବମାନଙ୍କର ଭାଗିଦାରୀ ଲକ୍ଷଣୀୟ ଥିଲା । ଭଗବାନ ଶ୍ରୀରାମଙ୍କ ପ୍ରତି ଭକ୍ତି ଓ ଶ୍ରଦ୍ଧା ପ୍ରକାଶ କରି ସମସ୍ତେ ଉତ୍ସବକୁ ଉପଭୋଗ କରିଥିଲେ ।

Leave A Reply

Your email address will not be published.