oom

ସାଥୀର ପରିବେଶ ସଚେତନତା ସାଇକେଲ ରାଲି

jsmm

ରାଉରକେଲା, (ସସ୍ମିତା ପ୍ରଧାନ) : ସାମାଜିକ ଅନୁଷ୍ଠାନ ସାଥୀ, କ୍ଲିନ୍ ଆଣ୍ଡ ଗ୍ରୀନ ଓ ମିସନ ସଣ୍ଡେ ତରଫରୁ ପ୍ରଦୂଷଣ ନିୟନ୍ତ୍ରଣ କରିବା ଉପଲକ୍ଷେ ଏକ ସଚେତନତା ସାଇକେଲ ରାଲି ଅନୁଷ୍ଠିତ ହୋଇଯାଇଛି । ସାଥୀର ସଭାପତି ଆଇନଜୀବୀ ସଦାନନ୍ଦ ସାହୁଙ୍କ ଆବାହକତ୍ଵରେ ଆୟୋଜିତ ଏହି ରାଲି ସେକ୍ଟର ୭/୧୭ ଛକରୁ ବାହାରି ଆମ୍ବାଗାନ ଛକଠାରେ ସମାପ୍ତ ହୋଇଥିଲା । ଏଥିରେ ପ୍ରାୟ ୨୦୦ଜଣ ଅଂଶଗ୍ରହଣ କରି ସଚେତନତା ବାର୍ତ୍ତା ବାଣ୍ଟିଥିଲେ । ଆମ୍ବାଗାନ ଛକଠାରେ ଆପୋଲୋ ହସ୍ପିଟାଲର ଡାକ୍ତର ମିଲନ ଶତପଥୀ, ଡାକ୍ତର ଦିପ୍ତୀରଞ୍ଜନ ତ୍ରିପାଠୀ, ଅର୍ବାନ ବ୍ୟାଙ୍କର ସଭାପତି ଦିଲ୍ଲିପ ମହାପାତ୍ର, କ୍ଲିନ୍ ଆଣ୍ଡ ଗ୍ରୀନର ସାଧାରଣ ସମ୍ପାଦକ ପ୍ରଶାନ୍ତ କୁମାର ଦାସ, ସମାଜସେବୀ ଡ. ସୁମନ ଦତ୍ତ, ଶ୍ରମିକ ନେତା ରମେଶ ସେଠୀ ପ୍ରମୁଖ ବକ୍ତବ୍ୟ ରଖି ପରିବେଶ ସୁରକ୍ଷା ସମ୍ପର୍କୀତ ବକ୍ତବ୍ୟ ରଖିଥିଲେ । ବକ୍ତାମାନେ ପ୍ରଦୂଷଣ ନକରିବା, ପ୍ଲାଷ୍ଟିକ ବ୍ୟବହାର ନକରିବା କିମ୍ବା କମ କରିବା, ସବୁଜ ବଳୟ ସୃଷ୍ଟି କରିବା, ଏସମ୍ପର୍କରେ ସଚେତନତା ବାର୍ତ୍ତା ବାଣ୍ଟିବା ପାଇଁ ଆହ୍ବାନ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ପରିଚାଳନାରେ ଅପର୍ଣ୍ଣା ରାଉତରାୟ ଓ ଅନ୍ୟ ୩ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତାମାନେ ସହଯୋଗ କରିଥିଲେ । ଶେଷରେ ସାଥୀର ସାଧାରଣ ସମ୍ପାଦକ ରଜନୀକାନ୍ତ ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.