ଜରାସିଂହା, (କେପିଏନ୍ଏସ୍) : ଜରାସିଂହା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ରେଡ୍ ରିବନ୍ କ୍ଲବ୍ ଦ୍ୱାରା ଏକ ସଚେତନତା ରେଲି ଆୟୋଜନ ହୋଇଯାଇଛି । ୟୁଥ୍ ରେଡକ୍ରସ୍ କାଉନ୍ସେଲର ପ୍ରାଧ୍ୟାପକ ଦୁର୍ବାଦଳ ଘିବେଲାଙ୍କ ତତ୍ତ୍ୱାବଧାନରେ ରେଡ୍ ରିବନ୍ କ୍ଲବ୍ ସ୍ୱେଚ୍ଛାସେବୀ ଛାତ୍ରଛାତ୍ରୀମାନେ ଜରାସିଂହା ଗ୍ରାମ ପରିକ୍ରମା ପୂର୍ବକ ଏଡ୍ସ ସମ୍ପର୍କିତ ବିଭିନ୍ନ ସ୍ଳୋଗାନ ଦେଇ ଏବଂ ପ୍ରଚାର ପତ୍ର ବଣ୍ଟନକରି ସଚେତନତା ବାର୍ତ୍ତା ପ୍ରସାର କରିଥିଲେ । ଭାରପ୍ରାପ୍ତ ଅଧ୍ୟକ୍ଷ ଗୋବିନ୍ଦ ମେହେର, ପ୍ରାଧ୍ୟାପକ ଧୋବାଇ ଚରଣ ପଟେଲ, ପ୍ରାଧ୍ୟାପକ ଡଃ. ରଞ୍ଜନ କୁମାର ପାଣିଗ୍ରାହୀ, ଅଧ୍ୟାପିକା ସୁଭଶ୍ରୀ ସାହୁଙ୍କ ସମେତ ବିଦ୍ୟାଳୟର ସମସ୍ତ କର୍ମଚାରୀ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।