ସମ୍ବଲପୁରୀ ଦିନ ଅବସରରେ ଓଡ଼ିଶା ମୋ ପାରିବାର ଓ ଜୀବନ ବିନ୍ଦୁ ତରଫରୁ ରକ୍ତଦାନ ଶିବିର

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : କରୋନା ସମୟରେ ରକ୍ତ ଅଭାବକୁ ଦୂର କରିବା ପାଇଁ ବିଧାୟକ ଦେବେଶ ଆଚାର୍ଯ୍ୟଙ୍କ ତତ୍ୱାବଧାନରେ ଆଜି ବରଡୋଲ ପିପଲି ପାଲିର ଟିକ୍ରାପଡାଠାରେ ବିବିସି କ୍ଲବ ଆନୁକୁଲ୍ୟରେ ସମ୍ବଲପୁରୀ ଦିନ ଅବସରରେ ଏକ ସ୍ୱେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଏହି ଶିବିରରେ ବରଗଡ଼ ରକ୍ତ ଭଣ୍ଡାର ତରଫରୁ ସର୍ବମୋଟ ୩୨ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା । ଏହି ଶିବିରକୁ ମୁଖ୍ୟ ଅତିଥି ବିଧାୟକ ଶ୍ରୀଯୁକ୍ତ ଦେବେଶ ଆଚାର୍ଯ୍ୟ ଫିତା କାଟି ଉଦ୍‌ଘାଟନ କରିଥିଲେ । ଏଥିରେ ଓଡ଼ିଶା ମୋ ପାରିବାରର ଜିଲ୍ଲା ସଂଯୋଜକ ଗୌରହରି ମିଶ୍ର, ବିଜୁ ଯୁବ ଜନତା ଦଳର ସଭାପତି ପ୍ରଦ୍ୟୁମ୍ନ ତ୍ରିପାଠୀ, ଜୀବନ ବିନ୍ଦୁର ସହସଂଯୋଜକ ଅଶ୍ୱିନୀ ତ୍ରିପାଠୀ, ରାଜା ମେହେର ପ୍ରମୁଖ ଯୋଗଦାନ କରିଥିଲେ । ବିବିସି କ୍ଲବର ଗଦନା, ଗୋପି, ସାଗର, ଇଗ୍ନେସ, ନାଗେଶ, ଅମିତ, ସିତୁନ, ରାକେଶ, ବିକି, ଗଣେଶ, ସୁରେଶ, ରାଜୁ, ଲିଙ୍ଗ, ଭୀମ, ସୁରଜ, ମାର୍କୁସ ପ୍ରମୁଖ ଶିବିର ପରିଚାଳନା କରିଥିଲେ ।

Leave A Reply

Your email address will not be published.