oom

ହାପି ମୋମେନ୍ଟସ୍ ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ

jsmm

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ହାପି ମୋମେନ୍ଟସ୍ ଇଣ୍ଡିଆ ଓ ସିଡବ୍ଲ୍ୟୁଏସ୍‌ ହସପିଟାଲର ମିଳିତ ଆନୁକୂଲ୍ୟରେ ଆନ୍ତର୍ଜାତିକ ମହିଳା ଦିବସ ଉପଲକ୍ଷେ ରକ୍ତଦାନ ଶିବିର ସିଡବ୍ଲ୍ୟୁଏସ୍‌ ହସପିଟାଲଠାରେ ଅନୁଷ୍ଠିତ ହୋଇଯାଇଛି । ହାପି ମୋମେନ୍ଟସ୍ ଓ ଇଣ୍ଡିଆନ ବିଉଟିସିଆନ ୱେଲଫେୟାର ଆସୋସିଏସନ୍‌ର ଅଧ୍ୟକ୍ଷ ରାଜେନ୍ଦ୍ର ପ୍ରସାଦ ପଣ୍ଡାଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଉପଦେଷ୍ଟା ତଥା ହ୍ୟୁମାନ୍ ରାଇଟ୍ସର ଜିଲ୍ଲା ଅଧ୍ୟକ୍ଷ କୁମାର ବେହେରା ଓ ହସପିଟାଲର ଫାଦର ବେନିଚାନ୍ କେ ପିଟର ଅତିଥି ଭାବେ ଯୋଗଦେଇ ଏଭଳି ଏକ ମହତ କାମ ପାଇଁ ସମସ୍ତଙ୍କୁ ଶୁଭେଚ୍ଛା ଜ୍ଞାପନ କରିବା ସହ ହାପି ମୋମେନ୍ଟସ୍‌ର ସଂପାଦିକା ରଶ୍ମିତା ପଣ୍ଡା ଓ ସଭ୍ୟ ଜିତେନ୍ଦ୍ର ପ୍ରସାଦ ପଣ୍ଡାଙ୍କ ଜନ୍ମ ଦିବସ ଉପଲକ୍ଷେ କେକ୍ କାଟିଥିଲେ । ଏହି ଅବସରରେ ରଶ୍ମିତା ପଣ୍ଡା, ଝୁନୁ ନାୟକ, ରାଜେନ୍ଦ୍ର ପ୍ରସାଦ ପଣ୍ଡା, ଜିତେନ୍ଦ୍ର ପ୍ରସାଦ ପଣ୍ଡା, ସୋନୁ ତନ୍ତୀଙ୍କ ସମେତ ଅନ୍ୟାନ୍ୟ ସଦସ୍ୟମାନେ ରକ୍ତଦାନ କରିଥିଲେ । ସୂଚନାଯୋଗ୍ୟ ଯେ ଶ୍ରୀ ପଣ୍ଡା ୧୧୦ ଥର ରକ୍ତଦାନ କରିସାରିଲେଣି । ଅନ୍ୟ ମାନଙ୍କ ମଧ୍ୟରେ ନୀଲମ ସାହୁ, ଯଶୋବନ୍ତୀ ପଣ୍ଡା ଓ ହସପିଟାଲ ତରଫରୁ ଡାକ୍ତର ସଂଘମିତ୍ରା ଶତପଥୀ, ଡାକ୍ତର ସୁପ୍ରଭା, ପ୍ରେମୀ ଦାଦଲ, ଏଲାମୀ ଟପ୍ନୋ, ଜୋସ୍ନାଶ୍ରୀ ଜେନା, ଅନୁରାଧା ଝା, ପ୍ରଦୀପ ପୃଷ୍ଟି, ନବୀନ ମାହାତୋ, ଗୀତା ବଡାଇକ, ମେକିସ୍ମିତା ମିଞ୍ଜ, ସ୍ମିତା ପାତ୍ର, ଷ୍ଟେଲା ଏକ୍କା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.