lika

ଜୟ ଜଗନ୍ନାଥ ସେନା ତରଫରୁ ରକ୍ତଦାନ ଶିବିର

gbag

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଳକ ଅନ୍ତର୍ଗତ ସୁବଳୟା ଗ୍ରାମର ଜୟ ଜଗନ୍ନାଥ ସେନା ତରଫରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ବୀରମହାରାଜପୁର ଉପଜିଲ୍ଲାପାଳ ଅଶୋକ କୁମାର ଭୋଇ ମୁଖ୍ୟଅତିଥି ଭାବରେ ଯୋଗଦେଇ ସ୍ବେଚ୍ଛାକୃତ ରକ୍ତଦାନ ଶିବିରକୁ ଉଦ୍‌ଘାଟନ କରିଥିଲେ । ଜଗନ୍ନାଥ ସେନାର ସଭାପତି ସନ୍ତୋଷ କୁମାର ପୂଜାରୀଙ୍କ ଅଧ୍ୟକ୍ଷତା କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବରେ ସୁବର୍ଣ୍ଣପୁର ଜିଲ୍ଲା ଜୁନିଅର ରେଡକ୍ରସ ଅଫସର ରବିଚନ୍ଦ୍ର ପଶାୟତ, ରେଡକ୍ରସ ସ୍ୱେଚ୍ଛାସେବୀ ରାମ ନାରାୟଣ ଦାଶ, ରଂଜର ଅବିନାଶ ବରିହା, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଅଶୋକ ପୁରୋହିତ, ସରପଂଚ ପ୍ରତିନିଧ ଲଳିତ ପାତ୍ର, ବରିଷ୍ଠ ଆଇନଜୀବୀ ନନ୍ଦ କିଶୋର ମିଶ୍ର ପ୍ରମୁଖ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ । ଶିବିରରେ ୫୭ ୟୁନିଟ ରକ୍ତ ସ୍ବେଚ୍ଛାସେବୀଙ୍କ ଠାରୁ ସଂଗୃହିତ ହୋଇଥିଲା । ସୋନପୁର ରକ୍ତଭଣ୍ଡାରର କର୍ମଚାରୀ ଡା. ବିଶ୍ଵନାଥ ରଥ, ସିନିଅର ଏଲ୍.ଟି, ସୁବାଷ ଚନ୍ଦ୍ର ପଣ୍ଡା, ଡାଟା ଅପରେଟର ଜଗତ ନାରାୟଣ ଦରଓ୍ବାନ, ଯୁଧିଷ୍ଠିର ନାଏକ ପ୍ରମୁଖ ରକ୍ତ ସଂଗ୍ରହ କରିଥିଲେ । ଜୁନିଅର ରେଡକ୍ରସ ପରାମର୍ଶଦାତା ଉପେନ୍ଦ୍ର ସାହୁ, ପ୍ରଧାନଶିକ୍ଷକ ତଥା ଜୁନିଅର ରେଡକ୍ରସ ପରାମର୍ଶଦାତା ଦୂର୍ୟ୍ୟୋଧନ ପଶାୟତ, ସାଧନକର୍ମୀ ଚନ୍ଦ୍ରମଣି ବାଘ, ଜଗନ୍ନାଥ ସେନା ସଦସ୍ୟ ନିଳାମ୍ବର ପାଣ୍ଡେ, ପ୍ରମୋଦ ପୋଢ, ଚନ୍ଦନ ସାହୁ, ନନ୍ଦନ ସାହୁ, ଉପେନ୍ଦ୍ର ମେହେର, ନାରାୟଣ ମେହେର, ନାରାୟନ ଅଗ୍ରୱାଲ, କିଶୋର ମେହେର, ପ୍ରମୋଦ ରଣା, ଭୂବନ ମେହେର, ବିକ୍ରମ ମେହେର ପ୍ରମୁଖ କାର୍ୟ୍ୟକ୍ରମରେ ସହଯୋଗ କରିଥିଲେ । କାର୍ୟ୍ୟକ୍ରମକୁ ସୁବଳୟା ହାଇସ୍କୁଲର ଜୁନିଅର ରେଡକ୍ରସ ପରାମର୍ଶଦାତା ତଥା ସ୍ୱେଚ୍ଛାକୃତ ରକ୍ତଦାନ ଶିବିରର ସଂଯୋଜକ ଚନ୍ଦ୍ରମଣି ବାଘ ପରିଚାଳନା କରିଥିବା ବେଳେ ଜଗନ୍ନାଥ ସେନାର ସଭ୍ୟ ସଂପଦ କୁମାର ପୂଜାରୀ ଧନ୍ୟବାଦ ଅର୍ପଣ କରିଥିଲେ ।

babaa
Leave A Reply

Your email address will not be published.