centurian jitm

ଯୁବ ହଷ୍ଟେଲ ରାଉରକେଲା ଶାଖାର ଜାତୀୟ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର

nschool

ରାଉରକେଲା, (ସସ୍ମିତା ପ୍ରଧାନ) : ଭାରତୀୟ ଯୁବ ହଷ୍ଟେଲ ରାଉରକେଲା ଶାଖା ଓ ଆଇଜିଏଚର ରକ୍ତଦାନ ୟୁନିଟ ଆନୁକୁଲ୍ୟରେ ତଥା ଆଇଏମ୍ଏ ରାଉରକେଲା ଶାଖା ଓ ‘ରକ୍ତଧାରା’ର ସକ୍ରୀୟ ସହଯୋଗରେ ‘ଜାତୀୟ ସ୍ୱେଚ୍ଛାକୃତ ରକ୍ତଦାନ ଦିବସ’ ଆଇଜିଏଚ୍‌ ସମ୍ମିଳନୀ କକ୍ଷଠାରେ ପାଳିତ ହୋଇଯାଇଛି । ଯୁବ ହଷ୍ଟେଲସ ରାଉରକେଲା ଶାଖାର ଉପସଭାପତି ପ୍ରତାପ କୁମାର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଆଇଜିଏଚ୍‌ର ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ନାରାୟଣ ପ୍ରସାଦ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶତ ପ୍ରତିଶତ ସ୍ୱେଚ୍ଛାକୃତ ରକ୍ତଦାନ ଉପରେ ଗୁରୁତ୍ୱାରୋପ କରିଥିଲେ । ଅନ୍ୟତମ ସମ୍ମାନିତ ଅତିଥି ତଥା ଆଇଏମ୍ଏ ରାଉରକେଲା ଶାଖାର ସଭାପତି ଡାକ୍ତର ପି. କେ. ମହାପାତ୍ର ରକ୍ତଦାନର ବିଭିନ୍ନ ଦିଗ ଉପରେ ଆଲୋକପାତ କରିବା ସହିତ ସ୍ବେଚ୍ଛାକୃତ ରକ୍ତଦାନ କ୍ଷେତ୍ରରେ ମହିଳା ମାନେ ଆଗେଇ ଆସିବାକୁ ଆହ୍ବାନ ଦେଇଥିଲେ । ଆଇଜିଏଚର ଅତିରିକ୍ତ ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ପ୍ରତିଭା କୁମାରୀ ବେହେରା ନିଜ ଅଭିଭାଷଣରେ ଏହି ବର୍ଷର ବାର୍ତ୍ତା “ରକ୍ତଦାନ କରି ସାରା ବିଶ୍ବର ହୃଦ୍ ସ୍ପନ୍ଦନ ଚାଲୁ ରଖିବା” ସମ୍ବନ୍ଧରେ ମତବ୍ୟକ୍ତ କରିଥିଲେ । ଆଇଜିଏଚ୍‌ ରକ୍ତ ଭଣ୍ଡାରର ଭାରପ୍ରାପ୍ତ ଅଧିକାରୀ ଡାକ୍ତର ପଙ୍କଜ କୁମାର ଦାସ ରକ୍ତଦାନ ଦିବସ ଅବସରରେ ବିଭିନ୍ନ ତଥ୍ୟ ଉପରେ ଆଲୋଚନା କରିଥିଲେ । ଏହି ରକ୍ତଦାନ ଶିବିରରେ ମୋଟ ୨୩ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ଏକ ମାତ୍ର ମହିଳା ରକ୍ତଦାତା ମିନତୀ ମହାନ୍ତି ପ୍ଲେଟଲେଟ୍ସ ଦାନ କରିଥିବା ବେଳେ ନର୍ସିଂ ଟ୍ରେନିଂ ସେଣ୍ଟରର ୫ଜଣ ଛାତ୍ରୀ ରକ୍ତଦାନ କରିଥିଲେ । ଏହି ଅବସରରେ ଆର୍‌ଏସ୍‌ପିର ଦୁଇଟି ବିଭାଗରୁ ଗତ ବର୍ଷ ଅଧିକ ରକ୍ତଦାତା ରକ୍ତଦାନ କରିଥିବାରୁ ଏସ୍‌ଏମ୍ଏସ-୨ର ମୁଖ୍ୟ ମହାପ୍ରବନ୍ଧକ ଏସ. ମାନଝି ଏବଂ କୋକ ଓଭେନର ମୁଖ୍ୟ ମହାପ୍ରବନ୍ଧକ ଆଇ. ରାଜନ୍‌ଙ୍କୁ ମୁଖ୍ୟ ଅତିଥି ସମ୍ବର୍ଦ୍ଧିତ କରିଥିଲେ । ଏହି ଅବସରରେ ସର୍ବାଧିକ ଥର ରକ୍ତଦାନ କରିଥିବା ସିପିପି-୧ର ବିପ୍ଲବ କୁମାର ବାରିକ ଏବଂ ଏସ୍‌ଏମ୍ଏସ୍‌-୨ର ସୁଶାନ୍ତ କୁମାର ମହାନ୍ତିଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା । ପୂର୍ବରୁ ଯୁବ ହଷ୍ଟେଲସର ଉପସଭାପତି ପ୍ରତାପ କୁମାର ସ୍ୱାଇଁ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ ଏବଂ ଯୁବ ହଷ୍ଟେଲସ ରାଉରକେଲା ଶାଖାର ସମ୍ପାଦକ ତଥା ରକ୍ତଧାରାର ସାଧାରଣ ସମ୍ପାଦକ ନିରଞ୍ଜନ ସାମଲ ମଞ୍ଚ ପରିଚାଳନା କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ । ରକ୍ତଦାନ ଶିବିରକୁ ଡାକ୍ତର ପଙ୍କଜ କୁମାର ଦାସଙ୍କ ନେତୃତ୍ୱରେ ଶକୁନ୍ତଳା ପଣ୍ଡା, ଦିଲ୍ଲିପ କୁମାର ସେଠୀ, ସୁରେନ୍ଦ୍ର କୁମାର ସ୍ୱାଇଁ, ଅଭିଜିତ ପାଲ, ଅର୍ଥର ଇକବଲ, ଅଭିରାମ ମଲ୍ଲିକ ଓ ଯୁଗଳ କିଶୋର ଡୁଙ୍ଗଡୁଙ୍ଗ ପ୍ରମୁଖ ପରିଚାଳନା କରିଥିଲେ ଏବଂ ଯୁବ ହଷ୍ଟେଲସ ଓ ରକ୍ତଧାରାର କର୍ମକର୍ତ୍ତା ବୁଦ୍ଧ ଦେବ ବାସୁଙ୍କ ନେତୃତ୍ୱରେ ପି.ସି. ମିଶ୍ର, ସରୋଜ ପଟ୍ଟନାୟକ, ସୁଚିତ୍ରା ମଲ୍ଲିକ, ଲୁସି ଦାସ, ସୁଲୋଚନା ମିଶ୍ର, ରଞ୍ଜିତ ପୁରୋହିତ, ସମରକାନ୍ତ ମଲ୍ଲିକ, କାପ୍ରା ହାଁସଦା ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.