ବିଶ୍ୱକର୍ମା ପୂଜା ଅବସରରେ ନିଷ୍ଠା ପରିବାରର ରକ୍ତଦାନ ଶିବିର

ବରଗଡ, (ନିରୋଜ କୁମାର ପାଣୀ) : ନିଷ୍ଠା ପରିବାର ଦ୍ୱାରା ବିଶ୍ୱର ନିର୍ମ‍ାଣକର୍ତ୍ତା ବାବା ବିଶ୍ୱକର୍ମାଙ୍କ ପୂଜନୋତ୍ସବ ଅବସରରେ ବିଶ୍ୱକର୍ମା ନଗର (ଗାଇସୀମା)ଠାରେ ଏକ ସ୍ୱେଚ୍‌ଛାକୃତ ରକ୍ତଦାନ ଶିବିରର ଆୟୋଜନ କରାଯାଇଥିଲା । ଏହି ଶିବିରରେ ମୁଖ୍ୟ ଅତିଥି ଭାବରେ ପୂର୍ବତନ ସାଂସଦ ତଥା ନିଷ୍ଠାର ସଦସ୍ୟ ପ୍ରଭାସ ସିଂ, ଯୁବ ସଂଗଠକ ଉମେଶ ଚନ୍ଦ୍ର ପଣ୍ଡା ଯୋଗଦାନ କରିଥିଲେ ଓ ଫିତା କାଟି ଶିବିର ଉଦ୍‌ଘାଟନ କରିଥିଲେ । ଏହି ଶିବିରରେ ମୋଟ ୪୩ ୟୁନିଟ୍‌ ରକ୍ତ ବରଗଡ ରକ୍ତ ଭଣ୍ଡାର ଦ୍ୱାରା ସଂଗୃହୀତ ହୋଇଥିଲା । ଏଥିରେ ୧୧ ଜଣ ମହିଳା, ୬ ଯୋଡା ଦମ୍ପତି ସ୍ୱେଛାକୃତ ଭାବେ ରକ୍ତଦାନ କରିଥିଲେ । ଏହି ଶିବିରରେ ନିଷ୍ଠା ପରିବାରର ସଭାପତି ରକ୍ଷପାଳ ସାହୁ, ସମ୍ପାଦକ ଅଶ୍ୱିନୀ ତ୍ରିପାଠୀ, କୋଷାଧ୍ୟକ୍ଷ ଶ୍ୟାମ ସୁନ୍ଦର ସାହୁ ନିଷ୍ଠା ପରିବାରର ସମସ୍ତ ସଦସ୍ୟ ତଥା ବିଶ୍ୱକର୍ମା ନଗରର ଗ୍ରାମବାସୀ ପୂର୍ଣ୍ଣମାତ୍ରାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.