ଗ୍ରାଣ୍ଡ ମେଡିକାଲ ହଲ୍‌ର ୨୫ତମ ପୂର୍ତ୍ତି ଉପଲକ୍ଷେ ରକ୍ତଦାନ ଶିବିର ଆୟୋଜିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଇସ୍ପାତ ମାର୍କେଟ ସ୍ଥିତ ଗ୍ରାଣ୍ଡ ମେଡିକାଲ ହଲ୍‌ର ୨୫ତମ ପୂର୍ତ୍ତି ଅବସରରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ରାଉରକେଲା ସରକାରୀ ହସ୍ପିଟାଲର ବରିଷ୍ଠ ଡାକ୍ତର ସୁଧାରାଣୀ ପ୍ରଧାନ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ । ଅନ୍ୟତମ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ମନୋରଞ୍ଜନ ଦାଶ ଯୋଗଦେଇ କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ରକ୍ତଦାନ ମହତଦାନ ଓ ଏଭଳି କାର୍ଯ୍ୟକ୍ରମ ଅନ୍ୟମାନଙ୍କ ପାଇଁ ଉଦାହରଣ ବୋଲି ଉଭୟ ଅତିଥି ମତବ୍ୟକ୍ତ କରିଥିଲେ । ଏହି ଅବସରରେ ନିଃଶୁଳ୍କ ରକ୍ତଚାପ ପରୀକ୍ଷା ସହ ୧୫ ୟୁନିଟ୍ ରକ୍ତ ସଂଗୃହିତ ହୋଇଥିଲା । କାର୍ଯ୍ୟକ୍ରମରେ ଆର୍‌ଜିଏଚ୍‌ର ଡାକ୍ତର ପୂଜା ପତି, ଡାକ୍ତର ମନୋଜ କୁମାର ପାଣିଗ୍ରାହୀ, ହାଇଟେକ୍ ମେଡିକାଲ କଲେଜର ଡାକ୍ତର ଦିବ୍ୟ ମହେନ୍ଦ୍ର, ଡାକ୍ତର ସୁଜାତା ପ୍ରିୟମ୍ବଦା ପ୍ରମୁଖ ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ ତଥା ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । କାର୍ଯ୍ୟକ୍ରମର ମୁଖ୍ୟ ଆବାହକ ଶାନ୍ତନୁ ତ୍ରିପାଠୀ, ସମ୍ବିତ ତ୍ରିପାଠୀ, ସିଦ୍ଧାନ୍ତ ତ୍ରିପାଠୀ, ତୃପ୍ତିମୟୀ ବେହେରା, ଚନ୍ଦ୍ରିକା ହରିପାଲ, ସୂଜାତାରାଣୀ ବିଭାର, ମୀରା ମିଶ୍ର, ସୁମନ ନାୟକ, ଦିୟା ଥାପ୍ପା, ହୀରା ତିର୍କି ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ଆବାହକ ଶ୍ରୀ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.