ଲଉଡିଦର୍ହାରେ ଓଡ଼ିଶା ମୋ ପରିବାର ଓ ବିନ୍ଧ୍ୟଗିରି ବିଂଝାଲ ସମାଜ ପକ୍ଷରୁ ରକ୍ତଦାନ ଶିବିର : ୨୦ ୟୁନିଟ ରକ୍ତ ସଂଗ୍ରହ

ପଦ୍ମପୁର, (ନିରେଜ କୁମାର ପାଣୀ) : ଓଡ଼ିଶା ମୋ ପରିବାର ଓ ବିନ୍ଧ୍ୟଗିରିବାସୀ ବିଂଝାଲ ସମାଜର ମିଳିତ ଆନୁକୂଲ୍ୟରେ ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଲଉଡିଦର୍ହା ପଞ୍ଚାୟତ କାର୍ଯ୍ୟାଳୟ ପରିସରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ରକ୍ତଦାନ ଶିବିରରେ ମୋ ପରିବାର ବରଗଡ଼ ଜିଲ୍ଲା ସଭାପତି ଗୌରହରୀ ମିଶ୍ର, ଯୁବ ସଂଗଠକ ଭୋଜରାଜ ସିଂ ବରିହା, ସର୍ବଭାରତୀୟ ବିଂଝାଲ ସମାଜର ଲାଟ ସଭାପତି ହୃଷିକେଶ ବରିହା, ସଂପାଦକ ଆଶାରାମ ବରିହା, ଲହଡିଦର୍ହା ସରପଞ୍ଚ ଶ୍ରୀମତୀ ପଦ୍ମାସତନାମୀ ପ୍ରମୁଖ ଅତିଥି ଯୋଗଦେଇ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିବା ସହ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ । ଏହି ରକ୍ତଦାନ ଶିବିରରେ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଝାରବନ୍ଧ ଅଧ୍ୟକ୍ଷଙ୍କ ନୋମିନୀ ବିଜୟ କେତନ ପ୍ରଧାନ, ନାଏବ ସରପଞ୍ଚ କିଶୋର କୁମାର ସାମଲ ଅକ୍ଷୟ ଭୁଏ, ରାଜକୁମାର ବୁଡେକ, ଅରୁଣ ଭୂଏ, ଐପ୍ରାଣ ବରିହା ପ୍ରମୁଖଙ୍କ ସହ ବିଂଝାଲ ସମାଜର ଅନ୍ୟ ସଦସ୍ୟମାନେ ସହଯୋଗ କରିଥିଲେ । ଶେଷଦେବ ନାୟକ, ସତ୍ୟନାରାୟଣ ବରିହା, ବେଣୁଧର ବରିହା, ସୁଦାମ ପ୍ରଧାନ, ଟିକେଲାଲ ସାହୁ, ପ୍ରମେଶ ସାହୁ, ବିନୋଦ ବରିହା, ନରେନ୍ଦ୍ର କୁନା, ଦୂର୍ଗା ଚରଣ ଜଗତ, ହୀରା ବରିହା ସ୍ୱେଛାକୃତ ଭାବେ ରକ୍ତଦାନ କରିଥିଲେ । ପଦ୍ମପୁର ଡାକ୍ତରଖାନ ରକ୍ତ ଭଣ୍ଡାର ଷ୍ଟାପ ଟେକ୍ନେସିଅନ ସଂଗ୍ରାମ କେଶରୀ ମହୁତା, ଡିଇଓ ଦିପକ ସାହୁ, ଲେବଆସିଣ୍ଡାଣ୍ଡ ହିତେଶ ସାହୁ, ଆସିଣ୍ଟାଣ୍ଡ ଜିତେନ୍ଦ୍ର ସିଂଗୁର୍ଲା, ସ୍ୱେଚ୍ଛାସେବୀ ହିମାସୁଂ ସୁନା, ହିମାସୁଂ ବର୍ଗତ୍ତୀ ରକ୍ତ ସଂଗ୍ରହରେ ସହଯୋଗ କରିଥିଲେ ।

Leave A Reply

Your email address will not be published.

error: Content is protected !!