om academy

ଦୀନକୃଷ୍ଣ ୱେଲଫେୟାର ଟ୍ରଷ୍ଟ ପକ୍ଷରୁ ରକ୍ତଦାନ ଶିବିର ଆୟୋଜିତ

jsm

ରାଉରକେଲା, (ସସ୍ମିତା ପ୍ରଧାନ) : ସାମାଜିକ ଅନୁଷ୍ଠାନ ଦୀନକୃଷ୍ଣ ୱେଲଫେୟାର ଟ୍ରଷ୍ଟ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଟ୍ରଷ୍ଟର ସଭାପତି ଆରତୀ ସାହୁଙ୍କ ସଭାପତିତ୍ୱ ଓ ବରିଷ୍ଠ ସଦସ୍ୟ ଡ.ବିନୋଦ କୁମାର ସାହୁଙ୍କ ଆବାହକତ୍ୱରେ ଆୟୋଜିତ ଏହି ଶିବିରରେ ମୁଖ୍ୟ ଉପଦେଷ୍ଟା ଡାକ୍ତର ମଧୁସୂଦନ ସାହୁ, ଡାକ୍ତର ଜି.ଏସ୍.ପାତ୍ର, ସାମ୍ବାଦିକ ମନୋଜ ସାମଲ ଓ ଶିକ୍ଷାବିତ୍ ବିପଦ ଭଞ୍ଜନ ପଣ୍ଡା ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ । ନେତାଜୀଙ୍କ ଜୟନ୍ତୀ ପାଳନ ଅବସରରେ ଅନୁଷ୍ଠାନର ପ୍ରଥମ ରକ୍ତଦାନ ଶିବିର ଝିରପାଣି ସ୍ଥିତ ପୂର୍ଣ୍ଣିମା ନର୍ସିଂ ହୋମଠାରେ ଆୟୋଜିତ ହୋଇଥିଲା । ଅତିଥି ଡାକ୍ତର ସାହୁ ରକ୍ତଦାନ କିଏ ଦେଇପାରିବେ, କିଏ ଦେଇପାରିବେ ନାହିଁ ଓ ରକ୍ତଦାନର ଆବଶ୍ୟକତା ସଂପର୍କରେ ଆଲୋଚନା କରିଥିଲେ । ଅନ୍ୟତମ ଅତିଥି ଡାକ୍ତର ପାତ୍ର, ଶ୍ରୀ ସାମଲ ଓ ଶ୍ରୀ ପଣ୍ଡା କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ଏଭଳି କାର୍ଯ୍ୟକ୍ରମ ଅନ୍ୟ ମାନଙ୍କ ପାଇଁ ଉତ୍ସାହିତ କରିବ ବୋଲି ମତ ରଖିଥିଲେ । ଆବାହକ ଡଃ ସାହୁଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସଭାପତିତ୍ୱ ଅଭିଭାଷଣ ରଖି ସଭାପତି ଶ୍ରୀମତୀ ସାହୁ ଅନୁଷ୍ଠାନ ଓ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ପ୍ରଦାନ କରିଥିଲେ । ଏହି ଅବସରରେ ୨୫ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ ସର୍ବଶ୍ରୀ ଡଃ ସୁମନ ଦତ୍ତ, ଡା.ଆର.ଏନ୍.ବେହେରା, ସନ୍ତୋଷ କୁମାର ସାହୁ, ଅର୍ପିତା ସାହୁ, ଆକୃତି ସାହୁ, ଅଶୋକ କକ୍କଡ, ଭାରତୀ ବେହେରା, ଶୁଭଶ୍ରୀ ନାଥ, ଭାଗ୍ୟଲକ୍ଷ୍ମୀ ପାତ୍ର ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ଡାକ୍ତର ଆର.ଏନ୍.ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.