
ସମ୍ବଲପୁର, (ସଂଜୀବ ପାଣିଗ୍ରାହୀ) : ୭୫ତମ ସ୍ୱାଧୀନତା ଦିବସ ଅବସରରେ ସମ୍ବଲପୁର ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚା ସଭାପତି ଶ୍ରୀ ସମୀର ରଞ୍ଜନ ବାବୁଙ୍କ ନେତୃତ୍ୱରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ ରେଙ୍ଗାଲି ବିଧାୟକ ତଥା ବିଜେପି ରାଜ୍ୟ ଉପ ସଭାପତି ନାଉରି ନାୟକ ମହୋଦୟ ମୁଖ୍ୟଅତିଥି ଭାବରେ ଯୋଗଦାନ କରି ଶୁଭ ଉଦଘାଟନ କରିଥିଲେ । ରକ୍ତଦାତାଙ୍କ ଠାରୁ ରକ୍ତ ସଂଗ୍ରହ ପାଇଁ ଭିମସାର ବ୍ଳଡ଼ବ୍ୟାକୁ ସହଯୋଗ କରି ୪୯ ୟୁନିଟ ରକ୍ତ ସଂଗ୍ରହ କରାଯାିଥିଲା । ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ପ୍ରାନ୍ତ ସଂଘ ଚାଳକ ପଶ୍ଚିମ ପ୍ରାନ୍ତ ଓଡ଼ିଶା ପ୍ରଦେଶ ଆଦରଣୀୟ ବିପିନ ବିହାରୀ ନନ୍ଦ ଉପସ୍ଥିତ ରହି ରକ୍ତଦାତାଙ୍କ ଉତ୍ସାହ ବର୍ଦ୍ଧନ କରିବା ସହିତ ଆମକୁ ମଧ୍ୟ ମାଗଦର୍ସନ ଦେଇଥିଲେ । ଏହି ଶିବିର ପରିଚାଳନାରେ ଆଶିଷ ବାବୁ, ସଂଜୀବ ଖଣ୍ଡେଲଓାଲ, ଅରକ୍ଷିତ ମହାନନ୍ଦ, ପ୍ରଭୁଦତ୍ତ ପଣ୍ଡା, ସୁରେଶ ଶର୍ମା, ଅରୁଣ ରାଉତ, ଚନ୍ଦ୍ରଶେଖର ନାୟକ, ଅରୁଣ ଦାଶ, ଶ୍ୟାମ ନନ୍ଦନ ତିବାରି ପ୍ରମୁଖ ସହଯୋଗ କରିଥିଲେ । ଆମକୁ ଉତ୍ସାହିତ କରିବାପାଇଁ ବିଜେପିର ଜିଲ୍ଲା ସାଧାରଣ ସମ୍ପାଦକ ଅନୀଲ ବେହେରା ଏବଂ ଆଶିଷ ହୋତା, ରାଜ୍ୟ ସମ୍ପାଦକ ସିମାଞ୍ଚଳ ଖଟେଇ, ଜିଲ୍ଲା ପରିଷଦ ଅଧକ୍ଷ୍ୟ ରାଧେଶ୍ୟାମ ବାରିକ, ଧନକଉଡା ବ୍ଲକ ଅଧକ୍ଷା ସୀତାଛୁରୀଆ, ଉପାଧ୍ୟକ୍ଷା ସୁଷମା ସାହୁ, ଜିଲ୍ଲାପରିଷଦ ସଦସ୍ୟ ସଂଯୁକ୍ତା ପ୍ରଧାନ, ମହାନଦୀ ମଣ୍ଡଳ ସଭାପତି ସୁଶାନ୍ତ ପୁରୋହିତ, ସମଲେଶ୍ୱରୀ ମଣ୍ଡଳ ସଭାପତି ଶମ୍ଭୁ ବରେଲୀଆ, ଜିଲ୍ଲା ମିଡିଆ ପ୍ରଭାରୀ ସଞ୍ଜୟ ଷଡଙ୍ଗୀ, ଡାଃ ପ୍ରଭାସ ଦେବତା, ଦାମୋଦର କର, ରାମଚନ୍ଦ୍ର ମେହେର, କର୍ନଲ ପ୍ରଭାତ ପଣ୍ଡା, ସରୋଜ ଦଳପତ, ମୁରଲୀ ଛୁରିଆ, ଦିଲୀପ ଶର୍ମା ବହୁମୂଲ୍ୟ ସମୟ ଦେଇ ଉପସ୍ଥିତ ଥିଲେ । ସମସ୍ତ କାର୍ଯ୍ୟକର୍ତ୍ତା ତଥା କାହାର ଜୀବନ ବଞ୍ଚାଇବା ଉଦ୍ଦେଶ୍ୟରେ ନିଃସ୍ୱାର୍ଥପର ଭାବରେ ସ୍ୱଇଛାରେ ରକ୍ତଦାନ ପରି ଏକ ମହତ କାର୍ଯ୍ୟ କରିଥିବା ହେତୁ ସମସ୍ତ ରକ୍ତଦାତା ମାନଙ୍କୁ ଭାରତୀୟ ଜନତା କୃଷକ ମୋର୍ଚ୍ଚା ତରଫରୁ ଅଶେଷ ଅଶେଷ ଧନ୍ୟବାଦ ସହ କୃତଜ୍ଞତା ଜଣାଯାଇଛି ।