ବାରିପଦା, (ଦେବସ୍ମିତ ଚୌଧୁରୀ) : ପଣ୍ଡିତ ରଘୁନାଥ ମୁର୍ମୁ ମେଡ଼ିକାଲରେ ବଡ଼ସାହିର ସରସ୍ଵତୀ ସିଂ ପ୍ରସୂତି ବିଭାଗରେ ଚିକିତ୍ସିତ ହେଉଥିବା ସମୟରେ ଜରୁରୀ କାଳୀନ ରକ୍ତର ଆବଶ୍ୟକ ହେବାରୁ ରୋଗୀଙ୍କ ଘର ଲୋକେ ବାରିପଦାର ନାରାୟଣ ସେବା ଟ୍ରଷ୍ଟକୁ ଯୋଗାଯୋଗ କରିଥିଲେ । ଖବର ପାଇ ନାରାୟଣ ସେବା ଟ୍ରଷ୍ଟର ସକ୍ରିୟ ସଦସ୍ୟା ଭାସ୍ଵତି ପଣ୍ଡା ତୁରନ୍ତ ବାରିପଦା ରକ୍ତକେନ୍ଦ୍ରକୁ ଯାଇ ନିଜର ବହୁମୂଲ୍ୟ ରକ୍ତ ଗର୍ଭବତୀ ମହିଳାଙ୍କ ଉଦ୍ଦେଶ୍ୟରେ ଦାନ କରିଥିଲେ । ଏହି ରକ୍ତଦାନ ସମୟରେ ନାରାୟଣ ସେବା ଟ୍ରଷ୍ଟର ପ୍ରତିଷ୍ଠାତା ଡଃ ନିରୋଜ କୁମାର ପୋଥାଳ, ସମାଜସେବୀ ହିମାଂଶୁ ପ୍ରହରାଜ, ଅଶୋକ କୁମାର କଲିଆ, ସର୍ଦ୍ଦାର ହରିଚରଣ ସିଂହ, ଇନ୍ଦ୍ରଜିତ ମହାନ୍ତ, ସନ୍ତୋଷ କୁମାର ମହାନ୍ତ, ରାଜଲକ୍ଷ୍ମୀ ମିଶ୍ର ଓ ସ୍ନେହା ଅର୍ଚ୍ଚିତା ମିଶ୍ର ପ୍ରମୁଖ ଯୋଗଦେଇ ରକ୍ତଦାତ୍ରୀ ଭାସ୍ଵତି ପଣ୍ଡାଙ୍କୁ ଅନୁଷ୍ଠାନ ପକ୍ଷରୁ ପୁଷ୍ପଗୁଚ୍ଛ, ଉତ୍ତରୀୟ ସହିତ ଭାଗବତ ଗୀତା ପ୍ରଦାନ କରି ଏହି ମହାନ୍ ସେବା କାର୍ଯ୍ୟ ପାଇଁ ସମ୍ମାନିତ କରିଥିଲେ ।
Next Post