oom

କୁନଭାଇ ଫ୍ୟାନ୍ସ କ୍ଲବର ରକ୍ତଦାନ ଶିବିର

jsmm

ରାଉରକେଲା, (ସସ୍ମିତା ପ୍ରଧାନ) : କୁନଭାଇ ଫ୍ୟାନ୍ସ କ୍ଲବ ତରଫରୁ ଏକ ରକ୍ତଦାନ ଶିବିର ସେକ୍ଟର ୨ କମ୍ୟୁନିଟି ସେଣ୍ଟର ଠାରେ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ଯୁବ କଲ୍ୟାଣ ବୋର୍ଡର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ କୁନ ବିହାରୀ ଦାସଙ୍କ ୫୫ତମ ଜନ୍ମ ଦିବସ ଉପଲକ୍ଷେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କ୍ଲବର ଆବାହକ ଶଙ୍କର ଜେନାଙ୍କ ଆବାହକତ୍ଵ ତଥା ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଚ୍ୟାମ୍ବର ଅଫ୍ କମର୍ସର ଅଧ୍ୟକ୍ଷ ସୁନିଲ କାୟଲ, ସମାଜସେବୀ ପ୍ରଫୁଲ୍ଲ ସୁନାନୀ ଓ କବି କୁଞ୍ଜବିହାରୀ ରାଉତ ପ୍ରମୁଖ ଅତିଥି ଭାବେ ଯୋଗଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିବା ସହ କେକ୍ କାଟିଥିଲେ । କ୍ଲବର ସଦସ୍ୟା ସୁଶ୍ରୀ ସିପ୍ରା ତନୟା ଜେନାଙ୍କ ମଧ୍ୟ ଆଜି ଜନ୍ମ ଦିନ ଥିବାରୁ, ସେ ମଧ୍ୟ ରକ୍ତଦାନ କରିଥିଲେ । ଏହି ଶିବିରରେ ପ୍ରାୟ ୫୫ ୟୁନିଟ୍‌ ରକ୍ତ ସଂଗ୍ରହ କରାଯାଇଥିଲା । ପ୍ରତ୍ୟେକ ରକ୍ତଦାତାଙ୍କୁ କ୍ଲବ ତରଫରୁ ପୁଷ୍ପଗୁଚ୍ଛ, ଉପଢୌକନ, ମୋମେଣ୍ଟୋ ଓ ପ୍ରମାଣପତ୍ର ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଅତିଥିମାନେ ସେମାନଙ୍କ ବକ୍ତବ୍ୟରେ ଏହା ଏକ ଅନନ୍ୟ ତଥା ଅନ୍ୟମାନଙ୍କ ପାଇଁ ଉଦାହରଣ କାର୍ଯ୍ୟକ୍ରମ ବୋଲି ମତ ରଖିଥିଲେ । ଏହି କାର୍ଯ୍ୟକ୍ରମକୁ ସରକାରୀ ବ୍ଲଡ଼ ବ୍ୟାଙ୍କର ଡାକ୍ତର ଏମ୍ ସୋରେନଙ୍କ ନେତୃତ୍ୱରେ ଏକ ଟିମ୍‌ ତଥା କ୍ଲବର ପ୍ରଣତୀ ଜେନା, ସିଲି ମହାନ୍ତି, ରେବତୀ ବାରିକ, ଶାନ୍ତିଲତା ବାରିକ, ଶଙ୍ଖରିନା ପ୍ରଧାନ, ସୁନିତା ଶ୍ରୀନିବାସନ, ସସ୍ମିତା ମିଶ୍ର, ଦେବସ୍ମିତା ଶତପଥୀ, ଆଦିତ୍ୟ ବାରିକ, ରଞ୍ଜନ ବାରିକ, କାର୍ତ୍ତିକ ଖଣ୍ଡୁଆଳ, କୁନା ସାହୁ, ସନାତନ ସୁନାମୀ, ପ୍ରଶାନ୍ତ ବିହାରୀ, ଜିତୁ ପାଇକରାୟ, ସଞ୍ଜୟ ପ୍ରଧାନ, ତୃପ୍ତି କୃଷ୍ଣ ମାଣିକ, ନୃସିଂହ ନାୟକ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ କାର୍ଯ୍ୟକ୍ରମର ସଫଳ ରୁପାୟନ ପାଇଁ ଆବାହକ ଶ୍ରୀ ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.