oom

ବିଜୁ ଜନତା ଦଳର ୨୭ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ଓଡିଶା ମୋ’ ପରିବାର ଆନୁକୂଲ୍ୟରେ ରକ୍ତଦାନ ଶିବିର

jsmm

ତୁରେକେଲା, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ତୁରେକେଲା ବ୍ଲକ ତୁରେକେଲା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ବିଜୁ ଜନତା ଦଳର ୨୭ତମ ପ୍ରତିଷ୍ଠା ଦିବସ ଅବସରରେ ଓଡିଶା ମୋ’ ପରିବାର ଆନୁକୂଲ୍ୟରେ ରକ୍ତଦାନ ଶିବିର ବିଜେଡି ଯୁବନେତା ଗିରିରାଜ ସିଂ ମାଝୀଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ମୁଖ୍ୟ ଅତିଥି ରୂପେ କଣ୍ଟାବାଞ୍ଜି ବିଜେଡି ପର୍ଯ୍ୟବେକ୍ଷକ ରାଜୁ ଘିବେଲା, ସମ୍ମାନିତ ଅତିଥି ଭାବେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଉପାଧ୍ୟକ୍ଷା ଶ୍ରୀମତୀ ନିରୁପମା ମାଝୀ, ତୁରେକେଲା ବ୍ଲକ ସଭାପତି ଆଶାଦୁଲ୍ଲା ଖାନ, ଜିଲ୍ଲା ବିଜେଡି ମହିଳା ମୋର୍ଚ୍ଚା ସମ୍ପାଦିକା ଶ୍ରୀମତୀ ପିଙ୍କି ଖରସେଲ, କଣ୍ଟାବାଞ୍ଜି ଏନ୍‌ଏସି ଯୁବ ବିଜେଡି ସଭାପତି ବିଷ୍ଣୁ ପ୍ରସାଦ ଜୁଏଡ଼, କଣ୍ଟାବାଞ୍ଜି ବିଜେଡି ଏନ୍‌ଏସି ସଭାପତି ଦେବାର ବାରିକ, ଦୈତାରୀ ଭୋଇ, ବିଶ୍ୱନାଥ ସାହୁ, ଘନଶ୍ୟାମ ଧରୁଆ, ବିଟୁ ସାଙ୍ଘା, ଲମ୍ବୁ ମହାନନ୍ଦଙ୍କ ସହ ବହୁ ନେତୃମଣ୍ଡଳୀ ଓ କର୍ମକର୍ତ୍ତା ଯୋଗଦାନ କରିଥିଲେ । ଏହି ଅବସରରେ ଏକ୍ସ କମାଣ୍ଡୋ ଗିରିରାଜ ସିଂ ମାଝି ଏବଂ ବଲାଙ୍ଗିର ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଉପାଧ୍ୟକ୍ଷା ଶ୍ରୀମତୀ ନିରୁପମା ମାଝୀ ରକ୍ତଦାନ କରିଥିଲେ । ଏହା ସହିତ ବିଭିନ୍ନ ଅଞ୍ଚଳରୁ ଯୁବକ ଯୁବତୀମାନେ ମଧ୍ୟ ଆସି ରକ୍ତଦାନ କରିଥିଲେ ।

jittmm
Leave A Reply

Your email address will not be published.