
ସୋନପୁର, (କେପିଏନ୍ଏନ୍) : ସଦର ବ୍ଲକ ସ୍ଥିତ ବାବୁପାଲି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଜୁନିଅର ରେଡକ୍ରସ ୟୁନିଟ ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଜିଲ୍ଲା ଅତିରିକ୍ତ ଶିକ୍ଷା ଅଧିକାରୀ ଡ଼ଃ. ରାଧାକାନ୍ତ ଗଡ଼ତିଆ, ସମ୍ମାନୀତ ଅତିଥିଭାବରେ ଜୁନିଅର ରେଡକ୍ରସ ଅଫିସର ରବିଚନ୍ଦ୍ର ପସାୟତ, ଜିଲ୍ଲା ଜୁନିଅର ରେଡକ୍ରସ ଉପସଭାପତି ଗତିକୃଷ୍ଣ ମିଶ୍ର, ସୋନପୁର ବ୍ଲକ ରେଡ଼କ୍ରସ ସଂଯୋଜକ ଗୋପେଶ ପଣ୍ଡା, ସାଧନକର୍ମୀ ଚନ୍ଦ୍ରଶେଖର ମହାପାତ୍ର ଓ ଚନ୍ଦ୍ରମଣି ବାଗ, ପରାମର୍ଶ ଦାତା ବ୍ରତାନନ୍ଦ ଭୋଇ, ହେମନ୍ତ ମେହେର ପ୍ରମୁଖ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ । ଅନ୍ୟତମ ସମ୍ମାନୀତ ଅତିଥିଭାବେ ସମିତି ସଭ୍ୟ ଅରବିନ୍ଦ ବାରିକ, ଗ୍ରାମ ମୁଖିଆ ଶ୍ରୀଯୁକ୍ତ ଇନ୍ଦ୍ରଜିତ ବାଗ ପ୍ରମୁଖ ଉପସ୍ଥିତ ରହି ସମସ୍ତଙ୍କୁ ଅଧିକରୁ ଅଧିକ ରକ୍ତଦାନ ପାଇଁ ପରାମର୍ଶ ଦେଇଥିଲେ । ପ୍ରଧାନ ଶିକ୍ଷକ ଶଶୀଭୂଷଣ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ବିଦ୍ୟାଳୟର ସହକାରୀ ଶିକ୍ଷୟିତ୍ରୀ ତଥା ରେଡ଼କ୍ରସ ପରାମର୍ଶ ଦାତା ମୋନାଲିସା ପରାମାଣିକ ସଂଯୋଜନା କରିଥିଲେ । ଏଥିରେ ୬୨ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା । ଏହି ରକ୍ତଦାନ ଶିବିରରେ ବ୍ଲଡ଼ ବ୍ୟାଙ୍କ ଅଫିସର ଡା. ଦୁର୍ଗଦତ୍ତ ଦାଶ, ଡା ରାମଶଙ୍କର ତ୍ରିପାଠୀ, ଡା. ସରୋଜ ପଟେଲ, ଡା. ଧବଳେଶ୍ୱର ମାହାକୁଡ଼ ପ୍ରମୁଖ ଯୋଗଦେଇ ରକ୍ତଦାନର ଉଦ୍ଦେଶ୍ୟ ଓ ମହତ୍ୱ ବିଷୟରେ ଉଦବୋଧନ ଦେଇଥିଲେ । ରକ୍ତ ସଂଗ୍ରହ କରିବାରେ ଜଗତ ଦରୱାନ, ସତ୍ୟ ତାଣ୍ଡି, ଯୁଧିଷ୍ଠିର ନାୟକ ପ୍ରମୁଖ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶିକ୍ଷୟିତ୍ରୀ ମହେନ୍ଦ୍ରୀ ସାହୁ, ଜୟନ୍ତୀ ତରିଆ, ପୁର୍ଣ୍ଣିମା ନାୟକ, ଆଶାକର୍ମୀ ଯଶୋବନନ୍ତୀ ନାଗ, ବିଦ୍ୟାଳୟ ପରିଚାଳନା କମିଟିର ସଭ୍ୟସଭ୍ୟା, ବିଦ୍ୟାଳୟର ପୂର୍ବତନ ଛାତ୍ରଛାତ୍ରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିବାବେଳେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଗୌରୀଶଙ୍କର ନାଗ ମହୋଦୟ ଧନ୍ୟବାଦ ଅର୍ପଣ କରିଥିଲେ ।