ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ରାମଚନ୍ଦ୍ରପୁରରେ ଆୟୁଷ୍ମାନ ଭବଃ କାର୍ଯ୍ୟକ୍ରମରେ ରକ୍ତଦାନ ଶିବିର ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ ଅନ୍ତର୍ଗତ ରାମଚନ୍ଦ୍ରପୁର ଗ୍ରାମରେ ଆୟୁଷ୍ମାନ ଭବଃ ଯୋଜନାରେ ରାମଚନ୍ଦ୍ରପୁର ସ୍ଥିତ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଦେଓଗାଁ ବ୍ଲକ କଳାକାର ସଂଘ, ଦେଓଗାଁ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ଏବଂ ‘ସମ୍ବାଦ-ଆମ ଓଡ଼ିଶା’ର ମିଳିତ ଆନୁକୂଲ୍ୟରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଡାକ୍ତର ଚିତ୍ତରଞ୍ଜନ ମିଶ୍ର, ସମ୍ମାନିତ ଅତିଥି ଭାବରେ ଡାକ୍ତର ଲଳିତ ସାହୁ ଓ ଦେଓଗାଁ ବ୍ଲକ କଳାକାର ସଂଘ ସଭାପତି ସୁଦାମ ବିଶି ଯୋଗ ଦେଇଥିଲେ । ଏହି ରକ୍ତଦାନ ଶିବିରରେ ମୋଟ ୩୩ ୟୁନିଟ୍‌ ରକ୍ତ ସଂଗୃହୀତ ହୋଇଥିଲା । ଦେଓଗାଁ ବ୍ଲକର ପୂର୍ବତନ ବ୍ଲକ ଶିକ୍ଷା ଅଧିକାରୀ ସଂକୀର୍ତନ ବାଗ, ବନ୍ଧପଡା ସମିତି ସଭ୍ୟ କାନ୍ତେଶ୍ୱର ପଧାନ, ଜିଲ୍ଲା କଂଗ୍ରେସ ସେବାଦଳ ମୁଖ୍ୟ ଅସିତ ମିଶ୍ର ଅତିଥି ଭାବରେ ଯୋଗ ଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ । ସ୍ୱାସ୍ଥ୍ୟକେନ୍ଦ୍ରର ଫାର୍ମାସିଷ୍ଟ ରମେଶ ମହାକୁର, ଲ୍ୟାବ ଆସିଷ୍ଟାଣ୍ଟ ମନୋଜ ମେହେର, ସନ୍ତୋଷ ଚନ୍ଦନ, ଧ୍ରୁବ ବାଗ, ସୁଧାଂଶୁ ଶତପଥୀ ଓ ସ୍ୱେଛାସେବୀ ଭାବରେ ସୁଶୀଲ ନନ୍ଦ, ଚନ୍ଦ୍ର ଶେଖର ବାଗ, ମନୋଜ ପଟେଲ, କରୁଣା ଭୁଏ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.