ସୁବର୍ଣ୍ଣପୁର, (କେପିଏନ୍ଏସ୍) : ନୂତନ ବର୍ଷକୁ ବିଭିନ୍ନ ବ୍ୟକ୍ତି, ଗୋଷ୍ଠୀ ତଥା ସାମାଜିକ ଅନୁଷ୍ଠାନ ବିଭିନ୍ନ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମାଧ୍ୟମରେ ସୁସ୍ୱାଗତ କରୁଥିବା ବେଳେ ସୁବର୍ଣ୍ଣପୁର ଜିଲ୍ଲା ଜୁନିୟର ରେଡକ୍ରସ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଜିରୋ ନାଇଟରେ ସ୍ୱେଚ୍ଛାକୃତ ରକ୍ତଦାନ କରି ନୂତନ ବର୍ଷ-୨୦୨୪ କୁ ସ୍ୱାଗତ କରିଛି । ସଡକ ଦୁର୍ଘଟଣା ଯୋଗୁଁ ବ୍ୟକ୍ତି ବିଶେଷଙ୍କର ରକ୍ତର ଆବଶ୍ୟକତାକୁ ଦୃଷ୍ଟିରେ ରଖି ସୁବର୍ଣ୍ଣପୁର ଜିଲ୍ଲା ଶିକ୍ଷା ଅଧିକାରୀ ଲକ୍ଷ୍ମଣ ଭୋଇଙ୍କ ମାର୍ଗଦର୍ଶନରେ ଓଡିଶା ରକ୍ତ କେନ୍ଦ୍ର, ସୁବର୍ଣ୍ଣପୁରଠାରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବରେ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଅଧ୍ୟକ୍ଷ ଡା. ଦୁର୍ଗାଦତ୍ତ ଦାଶ ଏବଂ ସମ୍ମାନିତ ଅତିଥି ଭାବରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଡା. ରାଧାକାନ୍ତ ଗଡତିଆ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ । ଦୁଇଦିନ ବ୍ୟାପୀ ହୋଇଥିବା ସ୍ୱେଚ୍ଛାକୃତ ରକ୍ତଦାନ ଶିବିରରେ ୫୨ ୟୁନିଟ ରକ୍ତ ସଂଗୃହିତ ହୋଇଥିଲା । ଓଡିଶା ରକ୍ତ କେନ୍ଦ୍ରର କର୍ମଚାରୀ ଜଗତ ଦରୱାନ, ଟିଟୁ ଭୋଇ, ରଂଜିତା ଦରୱାନ, ସଂଜୁଲତା ବିଶ୍ୱାଲ, ଜୁନିୟର ରେଡକ୍ରସ କାଉନସିଲର ଜଗଦିଶ ଦାଶ, ସୁନନ୍ଦା ଦାଶ, ପୁଷ୍ପାଜଂଳି ନାୟକ, ସୁଧାମୟୀ ଆଚାର୍ଯ୍ୟ, ସନତ କୁମାର ମିଶ୍ର, ଶର୍ମିଷ୍ଠା ହୋତା, ଗୋପେଶ ପଣ୍ଡା, ରବିଚନ୍ଦ୍ର ପଶାୟତ, ଗତିକୃଷ୍ଣ ମିଶ୍ର, କାଲିଆ କର୍ମି, ରାଜେଶ୍ୱରୀ କର୍ମି, ଲୋକନାଥ ମେହେର, ହେମନ୍ତ ମେହେର, ଅନିତା ମହାରା, ବନମାଳୀ ସାହୁ, ଚନ୍ଦ୍ରମଣି ବାଘ, ଚନ୍ଦ୍ର ଶେଖର ମହାପାତ୍ର ତଥା ଅନ୍ୟମାନେ ରକ୍ତଦାନ କରିଥିଲେ । ଶିବିରରେ ଆୟୋଜକ ମାୟାବର୍ହା ହାଇସ୍କୁଲର ପୁରାତନ ଛାତ୍ରଛାତ୍ରୀ ସ୍ୱତଃପ୍ରବୃତ ଭାବରେ ରକ୍ତଦାନ କରିଥିଲେ । ଚାରି ଯୋଡା ସପତ୍ନୀକ ରକ୍ତଦାନ କରିବା ହିଁ ଶିବିରର ବିଶେଷ ଆକର୍ଷଣ ଥଲା । କାର୍ଯ୍ୟକ୍ରମରେ ରାଜ୍ୟ ପୁରସ୍କାର ପ୍ରାପ୍ତ ସମାଜସେବୀ ଶିକ୍ଷକ ରାମ ନାରାୟଣ ଦାଶ, ଅନନ୍ତରାମ ପାଢୀ, ଓଡିଶା ରକ୍ତ କେନ୍ଦ୍ର ସୋନପୁରର କର୍ମଚାରୀ ଯୁଧିଷ୍ଠୀର ନାଏକ, ସୁଦାମ ବିଶ୍ୱାଲ, ସତ୍ୟବ୍ରତ ତାଣ୍ଡି, ରେବତୀ ମହାପାତ୍ର, ଟଙ୍କଧର କୁଅଁର ପ୍ରମୁଖ ସହଯୋଗ କରିଥିଲେ । କାର୍ଯ୍ୟକ୍ରମକୁ ଜିଲ୍ଲା ଜୁନିୟର ରେଡକ୍ରସ ଅଫିସର ରବିଚନ୍ଦ୍ର ପଶାୟତ ପରିଚାଳନା କରିଥିବା ବେଳେ ଗତିକୃଷ୍ଣ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।