jayashree

ବାହାନଗା ରେଳ ଦୁର୍ଘଟଣା ନେଇ ବିଭିନ୍ନ ସଙ୍ଗଠନ ପକ୍ଷରୁ କଟକରେ ରକ୍ତଦାନ ଶିବିର

କଟକ ସଦର, (ଶ୍ରୀକାନ୍ତ ବେଉରା) : ରକ୍ତଦାନ ମହାସେବାର ଅଗ୍ରଣୀ ସାମାଜିକ ସଂଗଠନ ବିଷ୍ଣୁପ୍ରିୟା ଚାରିଟେବୁଲ ଟ୍ରଷ୍ଟ, ଓଡ଼ିଶା(ବିସିଟି) କଟକ ଶାଖା, ମାରୁତି ବାହିନୀ ସଙ୍ଗଠନ କଟକ, ବଜରଙ୍ଗ ଅର୍ଗାନାଇଜେସନ ଢେଙ୍କାନାଳ ଓ ଖୋର୍ଦ୍ଧା ସହର କିଛି ସ୍ୱୟଂ ସେବକ ମିଳିତ ଉଦ୍ୟମରେ କେନ୍ଦ୍ରୀୟ ରକ୍ତ ଭଣ୍ଡାର କଟକ ଶାଖା, ଏସସିବି କଟକ ଠାରେ ବାଲେଶ୍ୱର ବାହାନଗାରେ ଘଟିଥିବା ମର୍ମନ୍ତୁତ ରେଳ ଦୁର୍ଘଟଣା ନେଇ ଟ୍ରଷ୍ଟର ସଂପାଦକ ପ୍ରିନ୍ସ ନନ୍ଦଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ୧୫ ଦିନିଆ ସ୍ୱେଚ୍ଛାସେବୀ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ୧୫୭ ୟୁନିଟ୍ ରକ୍ତ ସଂଗୃହୀତ ହୋଇଛି । ସୂଚନାଥାଉ କି, ଏହି ଶିବିର ଚଳିତ ମାସ ୧୮ ତାରିଖ ପର୍ଯ୍ୟନ୍ତ ଚାଲିବ । ଶିବିରରେ ବଜରଙ୍ଗ ଅର୍ଗାନାଇଜେସନ ସଭାପତି ମିଥୁନ ସ୍ୱାଇଁ, ଉପ ସଭାପତି ଶିବାନୀ ନାୟକ, ସମ୍ପାଦକ ରୁଦ୍ରକାନ୍ତ ନାୟକ, ମାରୁତି ବାହିନୀ ସଭାପତି ପପୁ ଦଳବେହେରା, ସଂଯୋଜକ ଜ୍ୟୋତି ସାହୁ, ମୁରଲୀ ସ୍ୱାଇଁ, ଦିବସ ବେହେରା, ଲିକୁନା ଖୁଣ୍ଟିଆ, ସମୀର ବେହେରା, ଗଣେଶ୍ୱର ପୃଷ୍ଟି, ଚନ୍ଦନ ସ୍ୱାଇଁ, ସିପୁ ନାୟକ, ମାନସ କୁମାର, କାହ୍ନା ପୃଷ୍ଟି, ବଣ୍ଟି ଖୁଣ୍ଟିଆ, ବିକାଶ ଦାସ, ଦିବ୍ୟଜ୍ୟୋତି ପରିଡ଼ା, ବିଶ୍ୱରଂଜନ ପାତ୍ର, ବିଶ୍ୱମ୍ବର ସାହୁ, ବିଦ୍ୟାଧର ସାହୁ, ଭୀମସେନ ଦାସ ପ୍ରମୁଖ ରକ୍ତଦାତା ଉପସ୍ଥିତ ଥିଲେ । କେନ୍ଦ୍ରୀୟ ରକ୍ତ ଭଣ୍ଡାର କଟକ ଶାଖା ନିର୍ଦ୍ଦେଶକ ଡକ୍ଟର ଚନ୍ଦ୍ରିକା ପ୍ରସାଦ ଦାସ, ମେଡିକାଲ ଅଫିସର କନକଲତା ଦେଈ, ରକ୍ତ ଭଣ୍ଡାର ଏସସିବି କଟକ ନିର୍ଦ୍ଦେଶିକା ପ୍ରଫେସର ସ୍ମିତା ମହାପାତ୍ର, ସାଧାରଣ ଜନତା ଆଦି ଏହି ମହତ କାର୍ଯ୍ୟକୁ ଭୂୟସୀ ପ୍ରଶଂସା କରିଛନ୍ତି ।

Leave A Reply

Your email address will not be published.