ରକ୍ତଦାନ କରି ଯୁବପିଢ଼ି ପାଇଁ ଉଦାହରଣ ସୃଷ୍ଟିକଲେ ବରିଷ୍ଠ ନାଗରିକ

ବାରିପଦା, (ଦେବସ୍ମିତ ଚୌଧୁରୀ) : ଓଡିଶା ରକ୍ତ କେନ୍ଦ୍ର, ବାରିପଦା ପରିସରରେ ପ୍ରଥମଥର ପାଇଁ ଏକ ନିଆରା ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ୬୦ ବର୍ଷରୁ ଉର୍ଦ୍ଧ ବରିଷ୍ଠ ନାଗରିକମାନେ ରକ୍ତଦାନ କରି ଯୁବପିଢ଼ିମାନଙ୍କ ପାଇଁ ଉଦାହରଣ ସାଜିଲେ । ବୟସକୁ ଖାତିର ନକରି ଗୋବିନ୍ଦ ସାଓ, ସିଦ୍ଧାର୍ଥ ମହାନ୍ତି, ବିବେକାନନ୍ଦ ପଟ୍ଟନାୟକ, ସୁବୋଧ କୁମାର ପଲେଇ, ଶୁଦ୍ଧିନ୍ଦ୍ର ଦାସ, ଦିଲ୍ଲୀପ ବେହେରା, ସୁମନ୍ତ ଚୌଧୁରୀ, ବାଳକୃଷ୍ଣ ମହାପାତ୍ର, ସୁଦାମ ଚରଣ ଦାଶଙ୍କ ସମେତ ମୋଟ ୨୦ ଜଣ ସ୍ବେଛାକୃତ ଭାବେ ରକ୍ତଦାନ କରି ଅନ୍ୟର ଜୀବନ ବଂଚେଇବା ପାଇଁ ବେଶ ଆଗ୍ରହର ସହ ରକ୍ତଦାନ କରିଥିବାର ଲକ୍ଷ୍ୟ କରାଯାଇଥିଲା । ସମାଜସେବୀ ଅମର କୁମାର ସେଠିଙ୍କ ନେତୃତ୍ୱରେ ରାଜେନ୍ଦ୍ର ଦାସ, ସଞ୍ଜୟ ଦ୍ୱାରି, ପାର୍ଥ ପ୍ରଧାନ, ଉମେଶ ସାହୁ, ପ୍ରସାଦ ନାୟକ, ଅଜୟ ସାହୁ, ମାନସ ଦାସ, ଜୟନ୍ତ ଜେନା, ସରୋଜ ସାହୁ ଓ ରତିକାନ୍ତ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ଶିବିର ପରିଚାଳନାରେ ସହାୟତା ପ୍ରଦାନ କରିଥିଲେ । ସମସ୍ତ ରକ୍ତଦାତା ଓ ସଂସ୍ଥାକୁ ରକ୍ତକେନ୍ଦ୍ର ତରଫରୁ ମାନପତ୍ର ପ୍ରଦାନ କରାଯାଇଥିଲା । ଭବିଷ୍ୟତରେ ସଂସ୍ଥା ତରଫରୁ ନିୟମିତ ସମୟ ବ୍ୟବଧାନରେ ଏହିଭଳି ରକ୍ତଦାନ ଶିବିରର ଆୟୋଜନ କରାଯିବ ବୋଲି ଅନୁଷ୍ଠାନର ସଭାପତି ବିବେକାନନ୍ଦ ପଟ୍ଟନାୟକ ବେଶ ଉତ୍ସାହର ସହ ପ୍ରକାଶ କରିଛନ୍ତି ।

jittmm
Leave A Reply

Your email address will not be published.